ଓଡିଶା

ଜଳାଭିଷେକ ପାଇଁ ଚଳଚଞ୍ଚଳ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ଵର ଧାମ

ଶ୍ରାବଣ ମାସରେ ଜଳାଭିଷେକ ପାଇଁ ଚଳଚଞ୍ଚଳ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ଵର ଧାମ । ଦୀର୍ଘ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ କାଉଡିଆମାନେ ବାବାଙ୍କ ପୀଠରେ ଜଳାଭିଷେକ କରିବାରୁ ବଞ୍ଚିତ ଥିଲେ । ଚଳିତ ବର୍ଷ କଟକଣା ହଟିବା ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ବାବା ଗୁପ୍ତେଶ୍ଵରଙ୍କ ପୀଠ । ବୈପାରିଗୁଡା ବ୍ଲକର ୩୮ କିମି ପାହାଡ଼ ଜଙ୍ଗଲ ଘେରା ରାସ୍ତାରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତରେ ଅବସ୍ଥାପିତ ବାବା ଗୁପ୍ତେଶ୍ଵର । ବାବାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ । ବହୁ ଦୂର ଦୁରାନ୍ତରୁ ଭକ୍ତମାନେ ଆସି ଜୟପୁର ପାତ୍ରପୁଟ ନଦୀରୁ ଜଳ ଉଠାଇ ଗୁପ୍ତେଶ୍ଵର ବାବାଙ୍କ ନିକଟରେ ଜଳାଭିଷେକ କରନ୍ତି । ଏଥିପାଇଁ ରାସ୍ତାର ପ୍ରତି ଛକ ଛକରେ ଅନେକ ସଂଗଠନ କାଉଡ଼ିଆ ଭକ୍ତଙ୍କୁ ସମସ୍ତ ପ୍ରକାର ମାଗଣା ସେବା ଯୋଗାଉଛନ୍ତି । ଶ୍ରାବଣ ମାସ ଦ୍ଵିତୀୟ ସୋମବାରରେ  ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ହଜାର ହଜାର କାଉଡ଼ିଆଙ୍କ ସମାଗମ ଦେଖିବାକୁ ମିଳିଛି । ତେବେ ବାବାଙ୍କ ଦର୍ଶନ କରି ଭକ୍ତଙ୍କ ବେଶ୍ ଖୁସି ଅନୁଭବ କରିଥିବା ବେଳେ ଅତିସୁନ୍ଦର ବ୍ୟବସ୍ଥା ହୋଇଥିବା ନେଇ ପ୍ରଶଂସା କରିଛନ୍ତି ।

ପ୍ରତିବର୍ଷ ବାବା ଗୁପ୍ତେଶ୍ଵରଙ୍କ ଧାମରେ ଲକ୍ଷ ଲକ୍ଷ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବାବେଳେ ଏ ନେଇ ପ୍ରଶାସନ ତରଫରୁ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ୍ ନିର୍ମାଣ ହୋଇଛି । ଅପରପକ୍ଷେ ରାମଗିରିଠାରୁ ୧୩ କିମି ଘାଟି ରାସ୍ତାର ଉଭୟ ପାର୍ଶ୍ଵ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାବେଳେ ସେଠାରେ ଅଲୋକୀକରଣ ବ୍ୟାବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି । ଶ୍ରାବଣ ମାସ ପାଇଁ କାଉଡିଆ ଭକ୍ତଙ୍କ ସୁବିଧା ପାଇଁ କିଛି ସଂଗଠନ ତରଫରୁ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଗଛରେ ରେଡିୟମ ଲାଇଟ ଲଗାଯାଇଛି । ମନ୍ଦିରରେ ଭକ୍ତଙ୍କ ପୂଜାର୍ଚ୍ଚନା ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବା ସହ ପୂଜା ପାଇଁ ୪ଜଣଙ୍କୁ ନିୟୋଜିତ କରାଯାଇଥିବା କହିଛନ୍ତି ମୁଖ୍ୟ ପୂଜକ ।

କୋରାପୁଟରୁ ବିଘ୍ନେଶ୍ବର ଷଡଙ୍ଗୀ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା