ଅଭିଜ୍ଞତା ବାଣ୍ଟିଲେ ଗହଣା ଡିଜାଇନର ଫରାହ ଖାନ୍

ଭୁବନେଶ୍ୱର : ଆଇ.ସି.ସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (INWEC) ପକ୍ଷରୁ ସୁକିର୍ତ୍ତୀ ପଟ୍ଟନାୟକଙ୍କ ନେତୃତ୍ୱରେ ଉଦ୍ୟୋଗରେ ସୃଜନଶୀଳତା ଏବଂ ଉଦ୍ଭାବନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବସ୍ତ୍ର ଏବଂ ହସ୍ତତନ୍ତ୍ର ବିଭାଗ ସଚିବ ଶୁଭା ଶର୍ମା, ସମ୍ମାନିତ ଅତିଥି ଭାବେ ଓରମାସ ସି.ଇ.ଓ ପୁନମ୍ ଗୁହା, ଏସ୍.ଜେ ଡ଼େଭେଲପର୍ସ ଆଣ୍ଡ୍ ହାଉସିଂ ପ୍ରାଇଭେଟ୍ ଲିମିଟେଡ଼ର ନିଦେ୍ର୍ଦଶକ ମାତୃଦତ ମିଶ୍ର ଯୋଗଦେଇ ଓଡ଼ିଶାରେ ମହିଳା ଉଦ୍ୟୋଗକୁ ପ୍ରୋସôାହିତ କରୁଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ଗହଣା ଡିଜାଇନର ଫରାହ ଖାନ୍ ଉପସ୍ଥିତ ରହି ତାଙ୍କ ଅଭିଜ୍ଞତା ବାଂଟିଥିଲେ ।