ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜଳଲାଗି କଲେ ଓଡିଆ ଚଳଚ୍ଚିତ୍ର ‘ଦମନ୍’ର ଟିମ୍

ଭୁବନେଶ୍ୱର: ପ୍ରଶଂସକଙ୍କ ସହ ବିନ୍ଦୁସାଗରରେ ବୁଡ ପକାଇ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜଳଲାଗି କଲେ ଓଡିଆ ଚଳଚ୍ଚିତ୍ର ‘ଦମନ୍’ର ଟିମ୍ । ଚଳଚ୍ଚିତ୍ରର ମୁଖ୍ୟ ନାୟକ ବାବୁସାନ୍, ଓଲିଉଡର ପ୍ରତିଷ୍ଠିତ କଳାକାର ବବି ମିଶ୍ର, ରବି ମିଶ୍ର, ପିଂଟୁ ନନ୍ଦଙ୍କ ସହ ଅନ୍ୟମାନେ ଶ୍ରାବଣର ପ୍ରଥମ ସୋମବାର ବୋଲ୍ ବମ୍ ଡାକ ଦେଇ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜଳଲାଗି କରିଛନ୍ତି ।

ସତ୍ୟ କାହାଣୀ ଉପରେ ପର୍ଯ୍ୟବେଶିତ ସିନେମାଟି ମାଲକାନାଗିରି ଜିଲ୍ଲାରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ଭୂମିକାକୁ ନେଇ ଗତିଶୀଳ ହୋଇଛି । ଏହା ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦ ଦେବା ସହ ଓଡିଆ ସିନେମା ଜଗତର ଉନ୍ନତି ପାଇଁ ବାବୁସାନ୍ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବୋଲି କହିଛନ୍ତି । ଆସନ୍ତା ଦଶହରାରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାପଡିଛି ।