ଓଡିଶା

ଚଳିତ ବର୍ଷ ହାତୀ ଆକ୍ରମଣରେ ହିନ୍ଦୋଳ ବନାଞ୍ଚଳରେ ୭ ଜଣଙ୍କ ପ୍ରାଣହାନି ଘଟିଛି

ହାତୀ ଆକ୍ରମଣରେ ଚାଲିଗଲା ୧୪ ବର୍ଷର ନାବାଳକର ଜୀବନ । ଚଳିତ ବର୍ଷ ହାତୀ ଆକ୍ରମଣରେ ଏହି ନାବାଳକଙ୍କୁ ମିଶାଇ ହିନ୍ଦୋଳ ବନାଞ୍ଚଳରେ ୭ ଜଣଙ୍କ ପ୍ରାଣ ହାନି ଘଟିଛି । ମଣିଷ ମୃତ୍ୟୁକୁ ରୋକିବା ପାଇଁ ବନବିଭାଗୀୟ ପଦକ୍ଷେପ ଆଖିଦୃଶିଆ ହୋଇପାରି ନାହିଁ । ହିନ୍ଦୋଳ ବନାଞ୍ଚଳରେ ହାତୀ-ମଣିଷ ଲଢେଇରେ କେତେବେଳେ ହାତୀ ମରୁଛନ୍ତି ତ କେତେବେଳେ ମଣିଷ । ହେଲେ ବନ ବିଭାଗର କାର୍ଯ୍ୟକଳାପକୁ ନେଇ ଏବେବି ଚିନ୍ତାରେ ସ୍ଥାନୀୟବାସିନ୍ଦା । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଘଟଣାପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ।
ବଣୁଆ ହାତୀ ଆକ୍ରମଣରେ ଏବେ ପୁଣି ଜଣେ ନାବାଳକର ଜୀବନ ହାନିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ହିନ୍ଦୋଳ ବନାଞ୍ଚଳ ଓ ବାଲିମ ଥାନା ଅନ୍ତର୍ଗତ ସଞ୍ଜପଡା ପଞ୍ଚାୟତର ରକଲା ଗ୍ରାମରେ । ମୃତକ ହେଲେ ରକଲା ଗ୍ରାମର ରମେଶ ମହାପାତ୍ର ପୁତ୍ର ନରେନ୍ଦ୍ର ମହାପାତ୍ର । ସୂଚନା ଅନୁସାରେ ନରେନ୍ଦ୍ର ସନ୍ଧ୍ୟାରେ ଗ୍ରାମ ନିକଟବର୍ତ୍ତୀ ମା ବ୍ରାହ୍ମଣୀ ଦେବୀ ପିଢ଼ ପାର୍ଶ୍ଵରେ ଥିବା ନାଳକୁ ଯାଇଥିଲେ । ସେହି ସମୟରେ ହଠାତ୍ ହାତୀ ପଲ ମଧ୍ୟରୁ ଏକ ଦନ୍ତା ହାତୀ ନରେନ୍ଦ୍ରଙ୍କୁ ଏକାକୀ ପାଇ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ନରେନ୍ଦ୍ରଙ୍କର ପ୍ରାଣବାୟୁ ଉଡିଯାଇଥିଲା । କିଛିକ୍ଷଣ ପରେ କିଛି ଗ୍ରାମବାସୀ ନାଳ ଦିଗକୁ ଯିବାବେଳେ ସେଠାରେ ନରେନ୍ଦ୍ରଙ୍କର କ୍ଷତ ବିକ୍ଷତ ମୃତ ଦେହ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ ।
ଅପରପକ୍ଷେ ଖବର ପାଇବା ପରେ ମଧ୍ୟ ବିଳମ୍ବିତ ରାତ୍ରି ସୁଦ୍ଧା ପୋଲିସ କି ବନବିଭାଗର କୌଣସି ଅଧିକାରୀ କି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନଥିଲେ, ଯାହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ପରଦିନ ସକାଳେ ବନବିଭାଗର କିଛି କର୍ମଚାରୀ ଓ ବାଲିମ ପୋଲିସ ସେଠାରେ ପହଞ୍ଚି ଶବ ଜବତ କରିବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ହିନ୍ଦୋଳ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି । ତେବେ ଦେଖିବାକୁ ବାକି ରହିଲା ଆଉ କେତେ ଜୀବନ ଗଲା ପରେ ବନ ବିଭାଗ ଲୋକଙ୍କ ସୁରକ୍ଷାକୁ ନେଇ ତତ୍ପରତା ଦେଖାଇବ ।


ଢେଙ୍କାନାଳରୁ ଗୋପବନ୍ଧୁ ବାରିକ ଓ ହିନ୍ଦୋଳରୁ ସୁଜିତ କୁମାର ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା