ଓଡିଶା

ହିତାହିତ ଜ୍ଞାନ ଭୁଲିଗଲା ପତ୍ନୀହନ୍ତା ସ୍ବାମୀ… ସ୍ତ୍ରୀର କଟା ମୁଣ୍ଡ ଧରି ଚାଲିଲା ୧୨ କିମି

ଢେଙ୍କାନାଳ: ପତ୍ନୀର ଚରିତ୍ରକୁ ସନ୍ଦେହ କରି ହିତାହିତ ଜ୍ଞାନ ଭୁଲିଗଲା ସ୍ବାମୀ । ପରିବାରକୁ ଛାରଖାର କରିଦେଲା ପରକୀୟା ପ୍ରୀତି ସନ୍ଦେହ । କଟୁରୀ ଚୋଟରେ ସ୍ତ୍ରୀର ମୁଣ୍ଡକୁ ଶରୀରରୁ ଅଲଗା କଲା ନୃଶଂସ ସ୍ୱାମୀ । ଆଉ ଗୋଟିଏ ହାତରେ କଟା ମୁଣ୍ଡ ଏବଂ  ଅନ୍ୟ ହାତରେ କଟୁରୀ ଧରି ରାଜରାସ୍ତାରେ ଦୀର୍ଘ ୧୨ କିମି ଚାଲିଲା । ଶେଷରେ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ସ୍ୱାମୀକୁ ଅଟକାଇ ପୋଲିସ୍‌ ଅଟକ ରଖିବା ସହ କଟାମୁଣ୍ଡ ଜବତ କରିଛି । ଏପରି ଚଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ।

ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ନିଜ ସ୍ତ୍ରୀଙ୍କର ପରକୀୟା ପ୍ରୀତିକୁ ସନ୍ଦେହ କରି ମୁଣ୍ଡ କାଟିଥିବା ନିଜେ ସ୍ୱୀକାର କରିଛି । ସୂଚନା ଅନୁଯାୟୀ, ଉଭୟଙ୍କର ୨ ପୁଅ ଥିବାବେଳେ ସେମାନେ ବାହାରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଆର୍ମିରେ ଚାକିରି କରିଥିବା ବେଳେ ଆଉ ଜଣେ କମ୍ପାନୀରେ ଚାକିରି କରିଥିବା ସୂଚନା ମିଳିଛି ।

ସ୍ୱାମୀ ସ୍ତ୍ରୀ ଘରେ ରହୁଥିବାବେଳେ ସଚଳାଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟ ପତି ପତ୍ନୀ ମଧ୍ୟରେ ଅନେକ ସମୟରେ ଝଗଡା ହୋଇଥାଏ । ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଭୟଙ୍କର ରୂପ ନେଇଥିଲା । ରାତି ପ୍ରାୟ ୩ଟା ବେଳେ ନାକଫୋଡି ଏକ କଟୁରୀରେ ସଚଳାଙ୍କ ବେକକୁ ଚୋଟ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସଚଳାଙ୍କ ଜୀବନ ଚାଲି ଯାଇଥିଲା । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବି ନାକଫୋଡ଼ିଙ୍କ ରାଗ ଶାନ୍ତ ହୋଇ ନ ଥିଲା ।  ସେ କଟୁରୀ ସାହାଯ୍ୟରେ ପତ୍ନୀର ମୁଣ୍ଡକୁ ଶରୀରରୁ ଅଲଗା କରି ଢେଙ୍କାନାଳ ଥାନା ଅଭିମୁଖେ ଯାଉଥିବା ବେଳେ ବାଟରେ ଜଂଖିରା ଗ୍ରାମ ନିକଟରେ ସ୍ଥାନୀୟ ଲୋକେ ଏହି ପତ୍ନୀହନ୍ତାର ବାଟ ଓଗାଳିଥିଲେ । ଖବର ପାଇ ପୋଲିସ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ କଟା ମୁଣ୍ଡ ଓ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା କଟୁରି ଜବତ କରିଛି । ଏହା ସହ ହତ୍ୟାକାଣ୍ଡ ଘଟିଥିବା ଚନ୍ଦ୍ରଶେଖରପୁର ଗ୍ରାମରେ ପୋଲିସ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଗୋପବନ୍ଧୁ ବାରିକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା