ରିଲିଜ୍ ଅପେକ୍ଷାରେ ହରୋର ସାଙ୍ଗକୁ ସଫ୍ଟ ରୋମାଣ୍ଟିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶେଷରାତି’

ଅନାସମିଶ୍ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ପ୍ରଥମ ସିନେମା ‘ଶେଷରାତି’ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି । ସତ୍ୟ କାହାଣୀ ଆଧାରିତ ଏହି ଚଳଚ୍ଚିତ୍ରରେ ଦର୍ଶକ ହରୋର ସାଙ୍ଗକୁ ସଫ୍ଟ ରୋମାଣ୍ଟିକ ଛୁଙ୍କ ପାଇବେ । ପ୍ରୀତମ ସାହୁଙ୍କଦ୍ୱାରା ପ୍ରସ୍ତୁତ ଭିନ୍ନ ଧରଣର ମୌଳିକ ଓଡିଆ ସିନେମାରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅମରେଶ୍ ପତି । ଏହାର କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଶିଶାଙ୍କ ନାୟକ । ଅସାଦ୍ ନିଜାମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତ ଗାଇଛନ୍ତି ହ୍ୟୁମାନ ସାଗର, କୁଲଦୀପ୍, ଅସୀମା ପଣ୍ଡା ଏବଂ ଆଶୁତୋଷ । ଚଳଚ୍ଚିତ୍ରରେ ଦର୍ଶକ ପୁଣି ଓଲିଉଡର ପୁରୁଣା ଯୋଡି ଅଭିନେତା ଦେବାଶିଷ ପାତ୍ର ଓ ଅଭିନେତ୍ରୀ ରିୟା ଦେଙ୍କୁ ଦେଖିବେ । ଦୁହେଁ ପୂର୍ବରୁ ଇଡିଅଟ୍, ରଘୁପତି ରାଘବ ରାଜାରାମ, ଓ ତୁ ଯେ ସେଇ ଭଳି ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେବେ ଜୁଲାଇ ଶେଷ ବେଳକୁ ପ୍ରେକ୍ଷାଳୟରେ ‘ଶେଷରାତି’ ରିଲିଜ୍ ହେବ ବୋଲି ସୂଚନା ଦେଇଛନ୍ତି ପ୍ରଯୋଜକ ।