୭ ଦିନ ପାଇଁ ସିଲ୍ ହେଲା ଗ୍ରୀନ ଚିଲି ଦୋକାନ

ଭୁବନେଶ୍ବର: ରାଜଧାନୀରେ ଆକ୍ସନ ମୁଡ଼ରେ ବିଏମ୍ସି । ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନରେ ଥିବା ଗ୍ରୀନ ଚିଲି ଦୋକାନରେ ଚଢ଼ାଉ କରି ୭ ଦିନ ପାଇଁ ସିଲ୍ କରିଛି ବିଏମ୍ସି । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଉଥିବାରୁ ବିଏମ୍ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଆଜି ବିଏମସିର ଏକ ତଦନ୍ତକାରୀ ଟିମ୍ ମାଷ୍ଟର କ୍ୟାଣ୍ଟିନରେ ଥିବା ଗ୍ରୀନ ଚିଲି ଦୋକାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଗ୍ରୀନ ଚିଲିରେ ଡଷ୍ଟବିନ ନଥିବାରୁ କାଗଜ ଓ ଅନ୍ୟ ଜିନିଷ ଗୁଡ଼ିକ ବାହାରେ ପଡ଼ୁଥିଲା । ଏଥିଯୋଗୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା । ଯେଉଁଥିପାଇଁ ଦୋକାନ ପାଖରେ ଡଷ୍ଟବିନ୍ ତିଆରି କରିବା ପାଇଁ ବିମିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି । ପରେ ତଦନ୍ତକାରୀ ଟିମ୍ ଗ୍ରୀନଚିଲି ଦୋକାନକୁ ୭ ଦିନ ପାଇଁ ସିଲ୍ କରିବା ସହ ଫାଇନ କଟାଯାଇଥିବା ସୂଚନା ମିଳିଛି ।