ଓଡିଶା କଳା ସଂସ୍କୃତି

ଆଜି ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ

ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ । ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ‘ନୀଳାଦ୍ରିବିଜେ’ । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧା ମୂରତି । ନବଦିନାତ୍ମକ ଯାତ୍ରା ସମୟରେ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଭିମାନ କରିଥାନ୍ତି ମା’ ମହାଲକ୍ଷ୍ମୀ । ତେଣୁ ମା’ଙ୍କର ଅଭିମାନକୁ ଭଙ୍ଗ କରିବାକୁ ପାଟ ଶାଢୀ ସହ ରସଗୋଲା ଦେଇ ମାନଭଞ୍ଜନ କରନ୍ତି ମହାପ୍ରଭୁ । ଏହାପରେ ମହାପ୍ରଭୁ ବଡ ଦେଉଲ ଭିତରକୁ ପ୍ରବେଶ କରିବାର ବିଧି ରହିଛି ।

ଗତକାଲି ଶେଷ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହୋଇଛି ସୁସ୍ୱାଦୁ ଓ ସୁବାସିତ ପଣା । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ତୁମ୍ବ ଭଳି ମାଟି ହାଣ୍ଡିରେ ଏହି ପଣା ଲାଗି ହୋଇଛି । ଏହି ତୁମ୍ବର ଉଚ୍ଚତା ମହାପ୍ରଭୁଙ୍କ ଅଧର ଉଚ୍ଚର ହୋଇଥିବାରୁ ଏହାକୁ ଅଧର ପଣା କୁହାଯାଏ । ସାଚି, ଛେନା, କଦଳୀ, କ୍ଷୀର, ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ଇତ୍ୟାଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥାଏ । ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକମାନେ ପଣା ପାଇଁ ପାଣି ଯୋଗାଇ ଥାଆନ୍ତି । ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିଥାଆନ୍ତି । ମଧ୍ୟାହ୍ନ ଧୂପ ସମାପନ ପରେ ପୂଜା ପଣ୍ଡାମାନେ ପଞ୍ଚ ଉପଚାରରେ ପଣା ପୂଜା କରିବା ପରେ ରଥ ଉପରେ ପଣାହାଣ୍ଡି ଭଙ୍ଗାଯାଇଥାଏ ।

ବିଶ୍ୱାସ ରହିଛି ରଥଯାତ୍ରା ସମୟରେ ଶ୍ରୀଜୀଉମାନଙ୍କ ରଥ ସହିତ ବହୁ ଦେବାଦେବୀ, ଚଣ୍ଡି, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି । ତେବେ ସେମାନଙ୍କ ସନ୍ତୁଷ୍ଟି ନିମନ୍ତେ ଏହି ପଣା ମହାପ୍ରଭୁଙ୍କୁ ସମର୍ପଣ ପରେ ରଥରେ ରହିଥିବା ସମସ୍ତ ଅଶରୀରଙ୍କୁ ଅର୍ପଣ ନିମନ୍ତେ ଭଙ୍ଗାଯାଇଥାଏ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା