ଖଲ୍ଲିକୋଟ ବାହୁଡାଯାତ୍ରା ଭକ୍ତଙ୍କ ଗହଣରେ ଅନୁଷ୍ଠିତ

ବିଶ୍ବ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡାଯାତ୍ରା ଜଗନ୍ନାଥ ଧାମ ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ଦ୍ବିତୀୟ ଉଚ୍ଚତ୍ତମ ଜଗନ୍ନାଥ ମନ୍ଦିରରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡରେ ବାହୁଡାଯାତ୍ରା ପାଳିତ ହୋଇଯାଇଛି । ପୁରୀ ଭଳି ଏଠାରେ ମଧ୍ୟ ତିନି ରଥରେ ତିନି ଠାକୁର ନବଦିନାତ୍ମକ ଯାତ୍ରା ସାରି ଜନ୍ମ ବେଦୀରୁ ରତ୍ନ ବେଦୀକୁ ଫେରିଛନ୍ତି । ନିତି ନିୟମ ଅନୁସାରେ ନୀତିକାନ୍ତି କରାଯାଇ ରଥ ଟାଣି ଥିଲେ ଭକ୍ତ ଓ ଶ୍ରଦ୍ଧାଳୁମାନେ । ଏହି ଅବସରରେ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅପରପକ୍ଷେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଏଥିରେ ସହଯୋଗ କରିଥିଲେ । ଏହି ଅବସରରେ କଳିଙ୍ଗ ବୈଶ୍ୟ ମହିଳା ସଂଗଠନ, ଖଲ୍ଲିକୋଟ ଶାଖା ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ମିଠା ଖେଚୁଡ଼ି ବଣ୍ଟନ କରାଯାଇଥିଲା ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ