କୋରାପୁଟ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଚଢାଉ । ବିପୁଳ ପରିମାଣର ମଦ ଜବତ

କୋରାପୁଟ ଜିଲ୍ଲା ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ବୋରିଗୁମ୍ମା ଅବକାରୀ ଅଧିକ୍ଷକ କେ.ତ୍ରିପତି ପଟନାୟକଙ୍କ ନେତୃତ୍ୱରେ ଅବକାରୀ ଟିମ୍, କୋଟପାଡ଼ ପୋଲିସ, ବୋରିଗୁମ୍ମା ପୋଲିସ ଓ ବିସିଂହପୁର ପୋଲିସ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି ।

ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ପାଠୁଆଗୁଡା ଏବଂ ବୋରିଗୁମ୍ମା ଥାନା ହାଟଗୁଡାରେ ଅବକାରୀ ଟିମ୍ ଏହି ଚଢାଉ କରିଥିବା ସୂଚନା ମିଳିଛି । ଏହି ଚଡାଉରେ କାହାକୁ ଗିରଫ କରାଯାଇ ନଥିବାବେଳେ ଦୁଇଟି ମାମଲା ରୁଜୁ କରାଯାଇଛି ।

ପାଠୁଆଗୁଡ଼ାରୁ ୩,୨୫୦ ଲିଟର ମଦ ସହ ୨୭୦ ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ହାଟଗୁଡାରେ ୨,୯୦୦ ଲିଟର ମଦ ସହ ୩୨୦ ଲିଟର ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ଚଢାଉରେ ବୋରିଗୁମ୍ମା ଅତିରିକ୍ତ ତହସିଲଦାର ସଂଜୀବ କୁଲୁଙ୍କ ସମେତ ବୋରିଗୁମ୍ମା କୋଟପାଡ଼, ବିସିଂହପୁର ପୋଲିସ ଏବଂ ସ୍ୱତନ୍ତ୍ର ପୋଲିସ ଫୋର୍ସ, ଜୟପୁର ଅବକାରୀ ଇନ୍ସପେକ୍ଟର ଧ୍ରୁବଳ ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ ।

ବୋରିଗୁମ୍ମାରୁ ବିଘ୍ନେଶ୍ବର ଷଡଙ୍ଗୀ