ଓଡିଶା

ଯେଉଁ ମା’ ଜନ୍ମ ଦେଇଥିଲା, ଆଜି ସିଏ କୋକେଇରେ । ଆଉ କୋକେଇକୁ ପଠାଇବା ବାଲା ଆଉ କେହି ନୁହେଁ ତାର ନିଜ ସନ୍ତାନ ।

ଯେଉଁ ମା’ ଜନ୍ମ ଦେଇଥିଲା, ଆଜି ସିଏ କୋକେଇରେ । ଆଉ କୋକେଇକୁ ପଠାଇବା ବାଲା ଆଉ କେହି ନୁହେଁ ତାର ନିଜ ସନ୍ତାନ । ଦିନେ କୋଳେଇ, କାଖେଇ ବଡ଼ କରିଥିଲା, ହେଲେ ଶେଷରେ ତା’ର ହିଁ ଜୀବନ ନେଇଗଲା ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଶୁକରପଡା ପଞ୍ଚାୟତରେ । ମୃତା ମହିଳା ହେଉଛନ୍ତି ଗୌରାଙ୍ଗ ଚରଣ ସ୍ୱାଇଁଙ୍କ ପତ୍ନୀ ପ୍ରମିଳା ସ୍ୱାଇଁ । ଘରେ କେହି ନଥିବା ବେଳେ ମା’କୁ ପନିକିରେ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଛି ପୁଅ ଜିତେନ୍ଦ୍ର ସ୍ୱାଇଁ ।

ଗୌରାଙ୍ଗ ଚରଣ ସ୍ୱାଇଁଙ୍କର ଜିତେନ୍ଦ୍ର ଗୋଟିଏ ବୋଲି ପୁଅ ଥିବା ବେଳେ ସେ କୌଣସି କାମଧନ୍ଦା କରୁ ନ ଥିଲେ । ସବୁବେଳେ ଘରେ ବସି ରହୁଥିବାରୁ ପରିବାରରେ ଅଶାନ୍ତି ଲାଗି ରହୁଥିଲା । ଏପରିକି ମା’ ପୁଅଙ୍କ ମଧ୍ୟରେ ଏହାକୁ କେନ୍ଦ୍ର କରି ପୂର୍ବରୁ ଝଗଡ଼ା ଲାଗି ରହୁଥିଲା । ଘଟଣାକୁ କେନ୍ଦ୍ର କରି ଘରେ ମା ଏକାକୀ ଥିବାବେଳେ ଜିତେନ୍ଦ୍ର ପନିକି ସାହାଯ୍ୟରେ ପ୍ରମିଳାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରମିଳା ସ୍ୱାଇଁଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ନିଶ୍ଚିନ୍ତକୋଇଲି ପୋଲିସ ତଦନ୍ତ ଆରମ୍ଭ କରିଛି।

କଟକରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା