ଟ୍ରେଣ୍ଟିଂ ଦେଶ ବିଦେଶ

ମହାରାଷ୍ଟ୍ରରେ ତାଣ୍ଡବ କରୁଛନ୍ତି ଶିବସେନା କର୍ମୀ…

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ସୁରକ୍ଷା ନେଇ ବିରୋଧୀ ନେତାଙ୍କ ଚିନ୍ତା ବଢିଛି । ମହାରାଷ୍ଟ୍ରରେ ଶିବସେନାରେ ସୃଷ୍ଟି ହୋଇଥିବା ବିଦ୍ରୋହର ଝଡ଼ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି । ସେମାନଙ୍କୁ ଉଦ୍ଧବ କ୍ୟାମ୍ପ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବୁଝୁ ନ ଥିବା ସୂଚନା ମିଳିଛି ।

ଏ ସବୁ ଭିତରେ ଉଦ୍ଧବଙ୍କ ସମର୍ଥକ ଶିବସେନାର କର୍ମମାନେ ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି । ସାୱନ୍ତ ବର୍ତ୍ତମାନ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ସହ ଆସାମର ଗୌହାଟୀରେ ରହିଛନ୍ତି । ତେବେ ପୁଣେର କତ୍ରାଜ ଅନ୍ତର୍ଗତ ବାଲାଜୀରେ ଥିବା ତାଙ୍କ ଅଫିସରେ ଶିବସେନାର କର୍ମୀମାନେ ପଶି ତୁମୁଳକାଣ୍ଡ ଘଟାଇଛନ୍ତି । ସେମାନେ ଅଫିସରେ ଭଙ୍ଗାରୁଜା କରିବା ସହ ଆସବାବାପତ୍ରକୁ ନଷ୍ଟ କରି ଦେଇଛନ୍ତି ।

ଏପରି ସ୍ଥଳେ ବିରୋଧୀ ଦଳ ନେତାଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ଥିବାରୁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବାବେଳେ ବିଜେପି ନେତା ଓ ଅନ୍ୟ ବିରୋଧୀ ନେତାଙ୍କ ଘର ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅନ୍ୟପଟେ ଏକନାଥ ସିନ୍ଦେଙ୍କ ସହ ଯୋଗ ଦେଇଥିବା ୧୬ଜଣ ବିଦ୍ରୋହୀ ବିଧାୟକଙ୍କ ଦଳ ପକ୍ଷରୁ ନିଲମ୍ବନ ନୋଟିସ୍ ଦିଆଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ବିଜେପି ନେତା ଦେବେନ୍ଦ୍ର ଫଡନାବିସଙ୍କ ଘର ଚାରିପଟେ କଡା ସୁରକ୍ଷା ବଳୟ ଥିବା ଦେଖାଯାଇଛି ।

ଅପରପକ୍ଷେ ଶିବସେନା କର୍ମୀଙ୍କ ଭଙ୍ଗାରୁଜାକୁ ପରୋକ୍ଷରେ ସମର୍ଥନ କରିଛନ୍ତି ଦଳର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ । ସେ କହିଛନ୍ତି, ଦଳୀୟ କର୍ମୀଙ୍କ ଆକ୍ରୋଶକୁ ରୋକିବା ଅସମ୍ଭବ । ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିବାରେ ଲାଗିଛି । ଏଯାଏ ଶିବସେନା ରାସ୍ତାକୁ ଓହ୍ଲାଇ ନାହାନ୍ତି । ଯଦି ସେମାନେ ଆସିବେ, ତା’ହେଲେ ରାସ୍ତାରେ ନିଆଁ ଜଳିବ ବୋଲି ସେ କହିଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।