ପରପାରିରେ ବରିଷ୍ଠ ଅଭିନେତା ରାଇମୋହନ

ଆତ୍ମହତ୍ୟା କଲେ ଓଲିଉଡ ଅଭିନେତା ରାଇମୋହନ ପରିଡା । ଭୁବନେଶ୍ବର ପ୍ରାଚୀ ବିହାର ସ୍ଥିତ ବାସଭବନରୁ ମିଳିଲା ରାଇମୋହନଙ୍କ ମୃତ ଶରୀର । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏଯାବତ୍ ସ୍ପଷ୍ଟ ହୋଇ ନାହିଁ । ଓଲିଉଡରେ ଜଣେ ଖଳନାୟକ ଭାବେ ସେ ବେଶ୍ ପରିଚିତ ଥିଲେ । ଏପରିକି ଯାତ୍ରା ଜଗରେ ସେ ଅନକେ ପ୍ରଶଂସା ସାଉଁଟିଥିଲେ । ତେବେ ରାଇମୋହନଙ୍କ ଏଭଳି ଆତ୍ମହତ୍ୟା ସିନେ ତଥା ଯାତ୍ରା ଜଗତରେ ସମସ୍ତଙ୍କୁ ମର୍ମାହତ କରିଛି । ଘଟଣା ଜଣାପଡିବା ପରେ ତାଙ୍କ ବାସଭବନରେ କଳାକାରଙ୍କ ଭିଡ ଲାଗିଛି ।