ଥାନା ଆଗରେ ନ୍ୟାୟ ପାଇଁ ଆତ୍ମହୁତି ଦେଲେ ବ୍ୟକ୍ତି

ଥାନାରୁ ନ୍ୟାୟ ମିଳିଲାନି ବୋଲି ଜନୈକ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ଦୀର୍ଘଦିନ ହେଲା କିଶନନଗର ଥାନାରେ ଅରାଜକତା ଲାଗି ରହିଥିବା ସହ ଲୋକେ ନ୍ୟାୟ ନପାଇ ଓଲଟା ମାମଲାରେ ଛନ୍ଦି ହେଉଥିଵା ଅଭିଯୋଗ ହୋଇଆସୁଥିଲା । ଏପରିକି ଵିଭାଗୀୟ ଉଚ୍ଚ କତୃପକ୍ଷ ନିରବଦ୍ରଷ୍ଟା ସାଜିଥିଵାରୁ ଆଜି ଜଣେ ବ୍ୟକ୍ତି ଥାନା ପରିସରରେ ଆତ୍ମହୁତି ଦେଵା ଭଳି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି ।
ସୂଚନା ଅନୁସାରେ, ଜନୈକ ବ୍ୟକ୍ତି ହଠାତ୍ ଥାନା ପରିସରରେ ଥିଵା ତ୍ରିନାଥ ମନ୍ଦିର ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମହୁତି ଉଦ୍ୟମ କରିଥିଲେ । ତାଙ୍କ ଶରୀରର ୮୦ ଭାଗରୁ ଉର୍ଦ୍ଧ୍ବ ଅଂଶ ପୋଡିଯାଇଥିବାଵେଳେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ଵଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଈଶାଣିଵରହମପୁରର ଗୁଣନିଧି ବିଷୋୟୀ । ସୂଚନା ଅନୁସାରେ ସେ ନ୍ୟାୟ ପାଇଁ ଥାନାକୁ ଦଉଡ଼ି ଦଉଡି ନିରାଶ ହେବା ପରେ ଏପରି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷରେ ଥାନା ଅଧିକାରିଣୀଙ୍କ ମାତ୍ରାଧିକ କାର୍ଯ୍ୟକଳାପ ଓ ଆଶାଳୀନ ବ୍ୟବହାର ଜନସାଧାରଣଙ୍କୁ ଅତିଷ୍ଠ କରିଥିବା ଵେଳେ ତାଙ୍କୁ ଅବିଳମ୍ବେ ଥାନାରୁ ଯାଜପୁର ଜିଲ୍ଲାକୁ ଵଦଳି ହୋଇଥିବା ଜଣାପଡିଛି । ହେଲେ ଆଇଆଇସି ସସ୍ମିତା ରଣା ସ୍ଥାନୀୟ କିଛି ନେତାଙ୍କୁ ଧରି ଏଠାରୁ ବଦଳି ନହେବାକୁ ଉଦ୍ୟମ ଜାରି ରଖିଥିଵାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ବିଶେଷ କରି ସାଲେପୁର ପୋଲିସ ଉପଖଣ୍ଡ ଅଧୀନରେ ଥିବା ଥାନା ଗୁଡିକରେ ଲୋକେ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆଗାମୀ ଦିନରେ ଜନସାଧାରଣ ପୋଲିସ ଉପରୁ ଆସ୍ଥା ଓ ଭରସା ତୁଟାଇ କର୍ମକୁ ଆଦରି ଵସି ରହିଵେ ଵୋଲି କୁହାଯାଉଛି ।
ସାଲେପୁରରୁ ଅଭୟ ଜେନା