ଓଡିଶା କଳା ସଂସ୍କୃତି

ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଆସିଲା ଫଳଭାର

ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ ହୋଇ ଅଣସରରେ ଅଛନ୍ତି । ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଶୀକ୍ଷେତ୍ରକୁ ଫଳଭାର ପଠାଯାଇଛି । ଆମ୍ବ, ପଣସ, କଦଳୀ, ସପୁରୀ ଓ ନଡ଼ିଆ ସହ ଭଳିକି ଭଳି ଫଳଭାର ଶ୍ରୀକ୍ଷେତ୍ରରେ ପହଞ୍ଚିଛି ।ଏହି ସମୟରେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ଚେରମୂଳୀ ମହୋଷଧିଦ୍ୱାରା ସେବା କରାଯାଉଛି । ସୁସ୍ଥ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେଉଛି । ସେପଟେ ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ପୁରୀ ଜିଲ୍ଲା ପ୍ରାଚୀ ନଦୀତଟ କାକଟପୁରରୁ ଶ୍ରୀକ୍ଷେତ୍ରକୁ ଫଳଭାର ପଠାଯାଇଛି। ପ୍ରଭୁଙ୍କ ପାଖରେ ଏହି ସମୟରେ ମହାପ୍ରସାଦ ପରିବର୍ତ୍ତେ ଫଳମୂଳ ପ୍ରସାଦ ଭାବରେ ଅପର୍ଣ କରାଯାଇଥାଏ ।

ଦେଉଳି ମଠ ଓ ବିଶ୍ଵାମିତ୍ର ଆଶ୍ରମକୁ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ନିଜ ନିଜ ବାଡି ବଗିଚାରେ ଫଳିଥିବା ସଜନା ଛୁଇଁଠାରୁ ଆରମ୍ଭ କରି ଖଜୁରି, ପଇଡ଼, ଡାଳିମ୍ବ, ଆମ୍ବ, ପଣସ, କଦଳୀ, ସପୁରି, ନଡିଆ, ପିଜୁଳି ଆଦି ଭିନ୍ନ ଭିନ୍ନ ଫଳ ପ୍ରଦାନ କରିଥାଆନ୍ତି । ସେହି ଫଳକୁ ନାମ ସଂକୀର୍ତ୍ତନ ଭିତରେ ସ୍ୱତନ୍ତ୍ର ଗାଡ଼ିରେ ଶ୍ରୀକ୍ଷେତ୍ର ପଠାଯାଉଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା