ଓଡିଶା

ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ଅଞ୍ଚଳରେ ଥିବା ରଘୁନାଥ ଜୀଉ ମଠର ମାହାତ୍ମ୍ୟ… ଏଠାରେ ପ୍ରାୟ ଚାରି ଦିନ ଧରି ଲାଗିରହେ ରଜ ପର୍ବ

ମେଘ ଓ ମାଟିର ମହା ମିଳନର ପବିତ୍ର ସଂଯୋଗର ଦିବସଟି ହେଉଛି ଓଡିଶାର ଗଣପର୍ବ ରଜ ପର୍ବ l ଯେଉଁ ଦିନଠୁ ରଜସ୍ୱଳା ଧରା ଶୃଙ୍ଗାର ସଜେଇ ହୋଇ ରଜର ସ୍ପର୍ଶ ପାଇ ମାଟି ମହ ମହ ହୋଇ ମହକେ l ରଜର ସ୍ପର୍ଶ ପାଇ ପୁଣି କୁଆଁରୀ ମନରେ ବୁଣି ଦିଏ ଅସରନ୍ତି ସ୍ୱପ୍ନର ବନ୍ୟା ଆଉ କୃଷକ ମନରେ ସାଉଁଟେ ଶ୍ୟାମଳ ଲହରୀ l

ଓଡିଶାର ପ୍ରାୟ କୋଣ ଅନୁକୋଣରେ ପାଳିତ ହୁଏ ରଜ ପର୍ବ । ସେହିପରି ଢେଙ୍କାନାଳ ଜିଲ୍ଲାର ଗାଁ ଠୁ ସହର ସବୁଠି ରଜ ପର୍ବ ପାଳନ ହୁଏ କିନ୍ତୁ ବିଶେଷ ଭାବରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ଅଞ୍ଚଳରେ ପ୍ରାୟ ଚାରି ଦିନ ଧରି ଲାଗିରହେ ଏହି ପର୍ବ l

ରଘୁନାଥ ଜୀଉ ମଠର ମଠାଧୀଶ ଶ୍ରୀ ମାଧବାନନ୍ଦ ଦାଶଙ୍କ କହିବା କଥା ହେଲା ଏହି ଯାତ୍ରାଟି ପ୍ରାୟ ଦୁଇ ସହ ରୁ ତିନି ଶହ ବର୍ଷର । କାହିଁ କେଉଁ ଆବାହମାନ କାଳରୁ ଏଠାରେ ସ୍ଥାପନ ହୋଇଛି ଏହି ମଠ । ଯାହା ଜନ ଶୁଣାଣି ରହିଛି ମଠର ପ୍ରଥମ ମଠାଧୀଶ ବାଙ୍କଟ ବିହାରୀ ଦାସ ଏହି ମଠ ଏଠାରେ ସ୍ଥାପନ କରିଥିଲେ l ସେତବେଳେ  ହିନ୍ଦୋଳ ରାଜାଙ୍କର କୌଣସି ସନ୍ତାନସନ୍ତତି ନଥିଲେ l ରାଜାଙ୍କ ସାମନ୍ତମାନେ ରାଜାଙ୍କୁ ମଠର ମହିମା ବିଷୟରେ ଜଣାଇବା ପରେ ରାଜା ମଠର ମଠାଧିଶଙ୍କୁ ତାଙ୍କର ଦୁଃଖ ବିଷୟରେ ଜଣାଇ ସନ୍ତାନ ପ୍ରାପ୍ତି କରିଥିଲେ । ପରେ ରାଜା ମଠାଧିଶଙ୍କୁ ତାଙ୍କ ସନ୍ତାନଙ୍କ ନିମନ୍ତେ ଗୁରୁମନ୍ତ୍ର ପାଇଁ ନିବେଦନ କରିଥିଲେ । ହେଲେ ମଠାଧିଶ ତାଙ୍କୁ ବାରଣ କରିବା ସହ, ତାଙ୍କୁ ମଠର ମାହାତ୍ମା ନେଇ ଏକ ଉପାୟ କହିଥିଲେ ।

ବିଶେଷ କରି ରଜ ସମୟରେ ରଞ୍ଜାଗୋଳ ଅଞ୍ଚଳର ରଘୁନାଥ ଜୀଉଙ୍କ ମଠ ନିକଟରେ ଏହି ଯାତ୍ରା ଆୟୋଜିତ ହୁଏ । ମଠ ଟ୍ରଷ୍ଟ ବୋର୍ଡ, ଗ୍ରାମ୍ୟ ପରିଚାଳନା କମିଟି ଓ ସ୍ଥାନୀୟ ପ୍ରଶାସନର ମିଳିତ ପ୍ରୟାସରେ ମହାଡ଼ମ୍ବରରେ ଏଠାରେ ଚାରିଦିନ ପର୍ଯ୍ୟନ୍ତ ଯାତ୍ରା ଲାଗି ରହେ l ଯାତ୍ରାରେ ଆଖପାଖ ଅଞ୍ଚଳର ଲୋକ ଏକାଠି ହୋଇ ଯାତ୍ରାକୁ ବେଶ୍ ଉପଭୋଗ କରନ୍ତି l ଭେଳିକି ଭେଳି ମନୋହରୀ ଜିନିଷ, ଦୋଳି, ପ୍ରସାଧାନ ସାମଗ୍ରୀଠାରୁ ଆରମ୍ଭ କରି ହାତହତିଆର, ନିତ୍ୟବ୍ୟବହାର ସାମଗ୍ରୀ, ଖୋଳ, ମୃଦଙ୍ଗ ଆଦି ବାଦ୍ୟ ଉପକରଣ ସହ ଭେଳିକି ଭେଳି ଖାଦ୍ୟର ପସରା ମେଲିଥାଏ ।

ଏହି ଯାତ୍ରାରେ ସବୁଠାରୁ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ଆମ୍ବ ପଣସ ବେପାର l କୋଭିଡି କଟକଣା ପରେ ଚଳିତ ବର୍ଷ ଯାତ୍ରା ହୋଇଥିବା ଯୋଗୁଁ ଲୋକଙ୍କ ମନରେ ସେହି ଉତ୍ସାହ ପରିଲକ୍ଷିତ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ରଞ୍ଜlଗୋଳ ସରପଞ୍ଚ ରମେଶ ବିଶ୍ୱାଳଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ସମସ୍ତଙ୍କ ସହାୟତା ପାଇଁ ସୁରଖୁରୁର ସହ ଯାତ୍ରାଟି ଆୟୋଜିତ ହୋଇଛି l ସ୍ଥାନୀୟ ପ୍ରଶାସନ ନିକଟସ୍ଥ ବାଲିମୀ ଥାନା ଅଧିକାରୀ ଓ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ପ୍ରାଥମିକ ସ୍ୱାସ୍ଥ୍ୟ ଶିବିରର ସହାୟତା ମଧ୍ୟ ଯୋଗାଇ ଦିଆଯାଇଛି l ବେଶ୍ ସୁରୁଖୁରୁରେ ଲୋକେ ଏହାକୁ ଉପଭୋଗ କରୁଥିବା ସେ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଗୋପବନ୍ଧୁ ବାରିକଙ୍କ ସହ ହିନ୍ଦୋଳରୁ ସୁଜିତ କୁମାର ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା