କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ନୂଆ ଡାକ୍ତର

ରାଜ୍ୟର ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଡାକ୍ତର ଓ କର୍ମଚାରୀ ଅଭାବ ସମାସ୍ୟା ଲାଗି ରହିଥିବା ବେଳେ ନିକଟରେ କିଛି ଡାକ୍ତର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ ମେଡିକାଲ ସମେତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସମସ୍ୟା ଲାଗି ରହିଥିବାବେଳେ ଏବେ ନୂଆ ଡାକ୍ତରଙ୍କୁ ପାଇ ଅଞ୍ଚଳବାସୀ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏ ନେଇ ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ସ୍ବାଗତ ଜଣାଇଛନ୍ତି ।
ସୂଚନା ଅନୁସାରେ ପୂର୍ବରୁ କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିମନ୍ତେ ୨ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ଦାବି କରିଥିଲେ । ତେବେ ଏହାର କିଛିଦିନ ପରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ମିଳିବା ପରେ ଏନ୍ଏସି ଅଧ୍ୟକ୍ଷ ନିଜେ ପୁଷ୍ପଗୁଚ୍ଛ ଦେଇ ଡାକ୍ତରଙ୍କୁ ସ୍ବାଗତ କରିଛନ୍ତି । ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତର ହେଉଛନ୍ତି ଡାକ୍ତର ଅମୟ ରଞ୍ଜନ ମହାରଣା ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ