କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ବାରା ଆଦର୍ଶ କୋଚିଂ ସେଣ୍ଟର ଉଦଘାଟିତ

ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ହାଇସ୍କୁଲ ସମ୍ମୁଖରେ ଆଦର୍ଶ କୋଚିଂ ସେଣ୍ଟରର ଶୁଭ ଉଦଘାଟନ ଉତ୍ସବରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ପ୍ରାକ୍ତନ ମନ୍ତ୍ରୀ ଅଞ୍ଜଳି ବେହେରା, ହିନ୍ଦୋଳ ତହସିଲଦାର ସୁଶାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଭିଡିଓ ପ୍ରୋଜେକ୍ଟର ମାଧ୍ୟମରେ ସମସ୍ତ ବିଷୟରେ ଶିକ୍ଷାଦାନ କରାଯିବ ବୋଲି ଉପସ୍ଥିତ ଅତିଥି କହିଥିଲେ । ଶିକ୍ଷାନୁଷ୍ଠାନରେ ୮ମ, ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ପାଠ ପଢିବାର ସୁଯୋଗ ପାଇବେ । ଏପରି ଏକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ବେଶ୍ ସହାୟକ ହେବ ବୋଲି ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ବହୁ ଶିକ୍ଷାବିତ୍, ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ ।
ହିନ୍ଦୋଳରୁ ସୁଜିତ କୁମାର ବେହେରା