ରାଜ୍ୟ ପ୍ରବାହିତ ହେଉଛି ଉତ୍ତପ୍ତ ଶୁଷ୍କ ବାୟୁ । ଫଳରେ ରାଜଧାନୀ ସମେତ ପ୍ରାୟ ସ୍ଥାନରେ ଦିନସାରା ପାଗ ମେଘୁଆ ରହିବ

ରାଜ୍ୟ ପ୍ରବାହିତ ହେଉଛି ଉତ୍ତପ୍ତ ଶୁଷ୍କ ବାୟୁ । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ଉଚ୍ଚ ଆଦ୍ରତା ପ୍ରଭାବରେ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ଏଥିପାଇଁ ୭ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୭ ଜିଲ୍ଲା ହେଲେ ବୌଦ୍ଧ, କଳାହାଣ୍ଡି, ସୋନପୁର, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ା ।

ଅପରପକ୍ଷେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଆରବସାଗରର କିଛି ଅଞ୍ଚଳ ଗୋଆ, ଦକ୍ଷିଣ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି । ଫଳରେ ରାଜଧାନୀ ସମେତ ପ୍ରାୟ ସ୍ଥାନରେ ଦିନସାରା ପାଗ ମେଘୁଆ ରହିବ ।