ଓଡିଶା

ଜଘନ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତର ଘରର ଛାତ ଭାଙ୍ଗିବା ସହ ଆସବାବାପତ୍ରରେ ନିଆଁ ଲଗାଇଲେ ଗ୍ରାମବାସୀ

ଜଘନ୍ୟ ହତ୍ୟାକାଣ୍ଡ ପରେ ଜେଲରେ ଅଛି ଅଭିଯୁକ୍ତ । ଗାଁକୁ ଅଭିଯୁକ୍ତର ସମ୍ପର୍କୀୟ ଆସୁଥିବା ଖବର ପାଇ ତାତିଲେ ଗାଁର ଶତାଧିକ ମହିଳା ଏବଂ ପୁରୁଷ । ସମସ୍ତେ ମିଳିମିଶି ଅଭିଯୁକ୍ତଙ୍କ ଘରର ଛାତ ଭାଙ୍ଗିବା ସହ ବାଇକ, ସାଇକେଲ, ଟିଭି, ଖଟ ଓ ଅନେକ ଆସବାବା ପତ୍ର ଏବଂ କାଗଜପତ୍ରରେ ନିଆଁ ଲଗାଇଦେଲେ । ଏହା ସହ ଘଟଣା ବାବଦରେ ପୂର୍ବରୁ ସମ୍ୟକ୍ ଭୁଲ୍ ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ଘଟଣାକୁ ନେଇ ଗ୍ରାମବାସୀ ନିଜର ଅସନ୍ତୋଷ ଜାହିର କରିଥିଲେ । ଏହି ଘଟଣାରେ କୋଟପାଡ଼ ଥାନା ଅଧିକାରୀ ଶେଷଦେବ ବେହେରା, SI ସୁନୀଲ କୁମାର ସ୍ୱାଇଁ ଏବଂ ASI ଯୁଧିଷ୍ଠିର ମୁଦୁଲି ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ସୁରକ୍ଷା ଦୃଷ୍ଟିରୁ ଗ୍ରାମରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି l ତେବେ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଘରର ଆସବାବାପତ୍ର ନଷ୍ଟକରି ଆଇନକୁ ହାତକୁ ନେବା ଘଟଣାରେ ଯେଉଁମାନେ ସାମିଲ ଅଛନ୍ତି ପୋଲିସ ପକ୍ଷରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି କୋଟପାଡ଼ ଥାନ ଅଧିକାରୀ ସୂଚନା ଦେଇଛନ୍ତି l

ସୂଚନା ଅନୁସାରେ, ଗତ ୨୩ ତାରିଖରେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ସଉରା କୁହୁଡି ଗ୍ରାମରେ ଅଙ୍ଗନବାଡି କର୍ମୀ ବାସନ୍ତୀ ସଉରାଙ୍କୁ ତାଙ୍କ ପଡୋଶୀ ସନ୍ତୋଷ ସରାବୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ସେଦିନ ବିଳମ୍ବିତ ରାତିରେ ମୃତକ ଶୌଚାଳୟ ଯିବା ସମୟରେ ଏହାର ସୁଯୋଗ ନେଇ ପଡୋଶୀ ସନ୍ତୋଷ, ବାସନ୍ତୀଙ୍କ ପାଚେରୀ ଡେଇଁ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରୁ ରକ୍ତାକ୍ତ ଅବସ୍ଥାରେ ବାସନ୍ତୀଙ୍କୁ ଉଦ୍ଧାର କରି ଗ୍ରାମବାସୀ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ସୁଦ୍ଧା, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଛନ୍ତି ।

କୋଟପାଡ଼ରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା