ଓଡିଶା

ବ୍ରଜରାଜନଗରରେ ପୁଣି ଉଡିଲା ବିଜେଡି ବାନା । ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

ବ୍ରଜରାଜନଗରରେ ପୁଣି ଉଡିଲା ବିଜେଡି ବାନା । ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ଚଳିତ ନିର୍ବାଚନରେ ୨୦୧୪ ପରେ ପ୍ରଥମଥର ପାଇଁ ୨ୟ ସ୍ଥାନ ଅକ୍ତିଆର କରିଛି କଂଗ୍ରେସ । ବିଜେପିର ରାଧାରାଣୀଙ୍କୁ ପଛରେ ପକାଇ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ଏହି ନିର୍ବାଚନରେ ଅଳକା ମହାନ୍ତିଙ୍କୁ ମୋଟ୍ ୯୩ ହଜାର ୭୯୦ ଭୋଟ୍ ମିଳିଛି । ତେବେ କିଶୋର ପଟେଲଙ୍କୁ ୨୭ହଜାର ୫୬୫ ଭୋଟ୍ ଏବଂ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୨୨ହଜାର ୩୧୬ ଭୋଟ୍ ମିଳିଛି ।

ସବୁଠୁ ବଡ କଥା ହେଲା, ଲଗାତାର ଉପ-ନିର୍ବାଚନରେ ବିଜେଡି କେବଳ ବିଜୟୀ ହେଉନି ବରଂ ବିଜୟର ବ୍ୟବଧାନ ମଧ୍ୟ ବଢି ବଢି ଚାଲିଛି । ୨୦୧୯ ନିର୍ବାଚନରେ ବ୍ରଜରାଜନଗରରେ ବିଜେଡି ମାତ୍ର ୧୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲା । କିନ୍ତୁ ଉପ-ନିର୍ବାଚନରେ ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଛି ବିଜେଡି । ଆଉ ଏହି ବିଜୟ ସହ ଉପ-ନିର୍ବାଚନରେ ବିଜେଡିର ବିଜୟରଥ ଆଗକୁ ବଢିଛି ।

୨୦୧୯ ପରେ ବିଜେଡି ୪ଟି ଉପ-ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛି । ଆଉ ଏହି ୪ଟି ଉପ-ନିର୍ବାଚନରେ ସାଧରଣ ଜନତା ବିଜେଡି ଉପରେ ନିଜର ଆସ୍ଥା ପ୍ରକଟ କରିଛନ୍ତି । ବିଜେଡି ମୁଖିଆ ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ହିଁ ଦଳ ପାଇଁ ସବୁଠୁ ବଡ ଭୋଟବ୍ୟାଙ୍କ ଭାବେ ଉଭା ହୋଇଛି । ଯାହାର ଫାଇଦା ଦଳକୁ ବିଭିନ୍ନ ସମୟରେ ମିଳିଛି ।

୨୦୧୯ ନିର୍ବାଚନ ପରେ ପ୍ରଥମଥର ପାଇଁ ବିଜେପୁର ଉପ-ନିର୍ବାଚନକୁ ଓହ୍ଲାଇଥିଲା ବିଜେଡି । ନବୀନ ବିଜେପୁର ଆସନ ଛାଡିବା ପରେ ଏହି ଆସନରୁ ମୈଦାନକୁ ଓହ୍ଲାଇଥିଲେ ରୀତା ସାହୁ । ଆଉ ଏଥିରେ ବିଜେଡିକୁ ମିଳିଥିଲା ବିପୁଳ ସଫଳତା । ରେକର୍ଡ ଭୋଟରେ ବିଜୟୀ ହୋଇଥିଲା ବିଜେଡି । ଏହାପରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେଡିକୁ ମିଳିଥିଲା ବଡ ସଫଳତା । ଏପରିକି ବିଜେପି ଖାତାରେ ଥିବା ବାଲେଶ୍ୱର ସଦର ଆସନକୁ ବିଜେଡି ନିଜ ଅକ୍ତିଆରକୁ ଆଣିଥିଲା । ସେହିଭଳି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ହୋଇଥିବା ଆସନକୁ ପୁଣିଥରେ ଅକ୍ତିଆର କରିଥିଲା ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୁଦ୍ର ମହାରଥୀ । ଆଉ ଏବେ ବ୍ରଜରାଜନଗର ଉପ-ନିର୍ବାଚନରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା