ବର୍ଷାଙ୍କୁ ଟଙ୍କା ପଠାଇଲେ ଅନୁଭବ…

କଟକ ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ଷାଙ୍କ ରହଣି ବାବଦରେ ଟଙ୍କା ଦେଲେ ଅନୁଭବ ମହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ୩୦ହଜାର ଟଙ୍କା ପଠାଇ କୋର୍ଟଙ୍କୁ ଜଣାଇଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ବିକଳ୍ପ ରହଣି ପାଇଁ ଅନୁଭବ ଏହି ଟଙ୍କା ଦେଇଛନ୍ତି ।
ପ୍ରଥମ କିସ୍ତି ଟଙ୍କା ପାଇଥିବାରୁ ଏବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଷାଙ୍କୁ ୨ ମାସ ମଧ୍ୟରେ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ପଡ଼ିବ । ଏହା ପରେ ପ୍ରତିମାସ ୧୦ ତାରିଖ ମଧ୍ୟରେ ବର୍ଷାଙ୍କୁ ବିକଳ୍ପ ରହଣି ବାବଦକୁ ଅନୁଭବ ୩୦ ହଜାର ଟଙ୍କା ଦେବେ ।
ଅନୁଭବଙ୍କ ପୈତୃକ ବାସଭବନ ଛାଡିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଅନୁଭବ ତାଙ୍କ ବାପା-ମା, ବଡବାପାଙ୍କ ଦେହ ଅସୁସ୍ଥ ଥିବାରୁ, ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଚାହିଁଥିଲେ । ଏ ନେଇ ବର୍ଷାଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେବାକୁ ଅନୁଭବ କଟକ ଏସ୍ଡିଜେଏମ୍ରେ କୋର୍ଟରେ ଏକ ଆବେଦନ କରିଥିଲେ । ଗତ ସପ୍ତାହରେ କୋର୍ଟ ଏହା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବା ବେଳେ ଗତକାଲି ରାୟ ପ୍ରକାଶ କରିଥିଲେ ।