ଓଡିଶା କ୍ରୀଡା

ବାରବାଟୀରେ ଟି-୨୦ ମ୍ୟାଚ୍ ପାଇଁ ବୁଧବାରରୁ ମିଳିବ ଅନଲାଇନ୍ ଟିକେଟ୍ । ଜାଣନ୍ତୁ କେଉଁ ସାଇଟ୍ ଯୋଗେ କରିପାରିବେ ଟିକେଟ୍ ବୁକିଂ

ବାରବାଟୀ ଟି- ୨୦ ପାଇଁ ଆସନ୍ତାକାଲି ସକାଳ ୧୧ଟାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି । ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ । ପେଟିଏମ୍ ଇନସାଇଡର ଆପ୍, ପେଟିଏମ୍ ଆପରେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ ଦର୍ଶକ । ୫ ହଜାର ଟିକେଟ୍ ଅନ୍‌ଲାଇନରେ ବିକ୍ରି କରାଯିବ । ପରିଚୟ ପତ୍ର ଦେଇ ଜଣେ ବ୍ୟକ୍ତି ଦୁଇଟି ଟିକେଟ୍ ବୁକ୍ କରିପାରିବେ । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ବିକ୍ରି କରାଯିବ ଟିକେଟ୍ । ଏଥିସହ ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ୍ କାଉଣ୍ଟରରେ ଅଫଲାଇନରେ ଟିକେଟ୍ ମିଳିବ ।

ପେଟିଏମ୍ ଇନସାଇଡର ଆପ୍, ପେଟିଏମ୍ ଆପ୍ ଏବଂ  www.insider.in ୱେବସାଇଟରେ ଅନଲାଇନ୍ ଟିକେଟ୍ ବୁକ୍ କରିହେବ । ବାରବାଟୀରେ ଦର୍ଶକ କ୍ଷମତା ୪୪ ହଜାରରୁ ଅଧିକ ରହିଛି । ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଷ୍ଟାଡିୟମକୁ ନୂଆ ରୂପରେ ସଜାଯାଉଛି । ଏଥିସହ ଲାଇଟ୍ ସବୁ ଟେଷ୍ଟିଂ କରାଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା