ଓଡିଶା

ସୁଯୋଗ ମିଳିଲେ ରାଜନୀତିରେ ପାଦ ଥାପିବେ ପାରଳା ଗଜପତି ବଂଶର ଦାୟଦ ରାଜକୁମାରୀ ନବନିତା ଗଜପତି

ରାଜ୍ୟ ରାଜନୀତିରେ ପାରଳା ରାଜବଂଶର ସବୁବେଳେ ପ୍ରମୁଖ ଭୂମିକା ରହି ଆସିଛି । ଏବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ ରାଜନୀତିରେ ପାଦ ଥାପିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ଦାୟଦ ଗୋପୀନାଥ ଗଜପତି ଦୁଇଥର ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଏହି ରାଜବଂଶକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି । ଗୋପୀନାଥଙ୍କ ପରେ ତାଙ୍କ କନ୍ୟା କଲ୍ୟାଣି ଗଜପତି ବିଜେଡି ବିଧାୟକ ପ୍ରାର୍ଥି ଭାବେ ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ି ହାରିଥିଲେ । ଦୀର୍ଘ 30 ବର୍ଷ ପରେ ଗୋପୀନାଥ ଗଜପତିଙ୍କ ଭାଇ ଜଗନ୍ନାଥ ନାରାୟଣ ଦେବଙ୍କ ଝିଅ ପାରଳାଖେମୁଣ୍ଡି ମାଟିରେ ପାଦ ଥାପିବା ସହ ସୁଯୋଗ ମିଳିଲେ ରାଜନୀତିରେ ପ୍ରବେଶ କରିବେ ବୋଲି କହିଛନ୍ତି । ଗୋପୀନାଥ ଗଜପତିଙ୍କ ଦେହାନ୍ତ ପରେ କିଛିବର୍ଷ ହେଲା ତାଙ୍କ ଝିଅ କଲ୍ୟାଣି ଗଜପତି ରାଜପ୍ରାସାଦରେ ରହି ଆସୁଛନ୍ତି । ଏହାସହ ସେ ରାଜଗାଦି ମଧ୍ୟ ଆରୋହଣ କରିଛନ୍ତି । କିନ୍ତୁ ଜଗନ୍ନାଥ ନାରାୟଣ ଦେବଙ୍କ ପତ୍ନୀ ଶୈଳଜା ଦେଵୀ ଓ ତାଙ୍କ ଝିଅ ନବନିତା ଦେବୀ ପାରଳାଖେମୁଣ୍ଡିରେ ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିର ଓ ମହାରାଜାଙ୍କ ଇଷ୍ଟ ଦେବୀ ମା ମାଣୀକେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ । ଏହା ପରେ ସେଠାରୁ ତହସିଲ କାର୍ଯ୍ୟାଳୟ ଗସ୍ତ କରି ନିଜର ଉତ୍ତରାଧିକାରୀ ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଦୀର୍ଘ ବର୍ଷ ପରେ ପାରଳାଖେମୁଣ୍ଡି ଆସି ନିଜ ଲୋକମାନଙ୍କୁ ଦେଖି ସେମାନେ ବହୁତ ଖୁସି  ଅନୁଭବ କରିଥିବା କହିଛନ୍ତି । ଅପରପକ୍ଷେ ସୁଯୋଗ ମିଳିଲେ ଏଠାରେ ରହି ଲୋକଙ୍କ ସେବା କରିବାର ଇଚ୍ଛା ରହିଥିବା କହିଛନ୍ତି ରାଜକୁମାରୀ ନବନିତା ଗଜପତି । ରାଜ ପରିବାରର ପୈତୃକ ଅଧିକାର ରହିଛି । ତେଣୁ ଏଠାରେ ରହି ନିଜ ପୂର୍ବଜ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମ୍ମାନ ରକ୍ଷା କରିବାକୁ ସେ ପ୍ରୟାସ କରିବେ ବୋଲି କହିଛନ୍ତି । ଏଥିସହ ରାଜ ପରିବାରର ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ ଗୁଡିକର ରକ୍ଷଣାବେକ୍ଷଣ କରିବାକୁ ମନସ୍ଥ କରିଛି ବୋଲି କହିଛନ୍ତି ନବନୀତା ।

ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା