ଓଡିଶା

ଆସନ୍ତାକାଲି ବ୍ରଜରାଜନଗରର ଉପନିର୍ବାଚନ, ଭୋଟ ଦେଇ ଜନତା ବାଛିବେ ନିଜର ନେତା

ଆସନ୍ତାକାଲି ବ୍ରଜରାଜନଗରର ଉପନିର୍ବାଚନ । ଗତକାଲି ପ୍ରଚାର ଶେଷ ହୋଇଥିବାବେଳେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା ପୁରା ପ୍ରୟାସ କରିଛନ୍ତି । ସକାଳ ୭ଟାରୁ ୨୭୯ଟି ବୁଥରେ ଭୋଟ ଦେବେ ଜନତା । ସେଥିମଧ୍ୟରୁ ୬୦ଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବରେ ଚିହ୍ନଟ କରାଯାଇଛି । ୩୦ଟି ବୁଥ୍‌କୁ ମଡେଲ ବୁଥ୍‌ ଓ ୫ଟି ବୁଥ୍‌କୁ ପିଙ୍କ ବୁଥ୍‌ କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି । ପୋଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ କର୍ମଚାରୀମାନେ ମଧ୍ୟ ପହଞ୍ଚି ସାରିଛନ୍ତି ।

ଭୋଟ ପାଇଁ ସବୁପ୍ରକାରର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏ ବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।

୩୧ ତାରିଖ ସକାଳ ୭ ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହେବା ପାଇଁ ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନ ପାଇଁ ହଜାରେ ପୋଲିସ କର୍ମଚାରୀ ଓ ୩ କେନ୍ଦ୍ରୀୟ ପୋଲିସ କର୍ମଚାରୀ ନିୟୋଜିତ ହେବେ ବୋଲି ଝାରସୁଗୁଡ଼ା ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା