ଓଡିଶା

ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି । ବିଜେଡି ଯେଉଁମାନଙ୍କୁ ପ୍ରାର୍ଥୀ କରିଛି, ସେମାନେ ହେଉଛନ୍ତି- ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ତାଲିକା ପ୍ରସ୍ତୁତ କରାଯାଇଥିବା କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସସ୍ମିତ ପାତ୍ରଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ପଠାଯାଉଛି । ଏହା ପୂର୍ବରୁ ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ ଯାଇଥିଲେ ।

ସୁଲତା ଦେଓ ଓ ମାନସ ମଙ୍ଗରାଜଙ୍କ ନାଁ ଆଲୋଚନା ହେଉଥିବାବେଳେ ସେମାନଙ୍କୁ ଟିକେଟ୍ ମିଳିଛି । ତେବେ ନବୀନ ଯେଉଁ ଗୋଟିଏ ସର୍‌ପ୍ରାଇଜ୍ କାର୍ଡ ଖେଳିଛନ୍ତି, ସେ ହେଉଛନ୍ତି- ନିରଞ୍ଜନ ବିଶି । ସେ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ଚେହେରା । ତାଙ୍କୁ ସୁବାସ ସିଂହଙ୍କ ସ୍ଥାନରେ ରାଜ୍ୟସଭାକୁ ପଠାଇବାକୁ ବିଜେଡି ପ୍ରାର୍ଥୀ କରିଥିବା ଜଣାପଡ଼ିଛି । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲା ।

ସବୁଠୁ ବଡ଼ କଥା ହେଲା ୨୦୦୭-୦୮ରୁ ନିରଞ୍ଜନ ବିଶି ବିଜେଡି ସରକାର ବିରୋଧରେ ଆନ୍ଦୋଳନ କରି ଆସୁଥିଲେ । ସେ ଜଣେ ସରକାର ବିରୋଧୀ ନେତା ଭାବେ ବେଶ୍ ପରିଚିତ ଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା