ଓଡିଶା

ମହିଳା ବିଜନେସ ମେଳାର ସଫଳତା ପରେ ଜାତୀୟ ସ୍ତରରେ ମେଳା ଆୟୋଜନ କରିବାକୁ ଯାଉଛି ଆଇଡବ୍ଲୁଇସି

ଭୁବନେଶ୍ୱରରେ ଓଡିଶା ବିଜନେସ ମେଳା-୨୦୨୨ର ସଫଳତା ପରେ ଜାତୀୟ ସ୍ତରରେ ମେଳା ଆୟୋଜନ କରିବାକୁ ଯାଉଛି ଆଇଡବ୍ଲୁଇସି । ଏହି ସଂଗଠନ ଓଡିଶା ମଡେଲ ଉପରେ ଆଧାର କରି ମହିଳା ଉଦ୍ୟୋଗୀଙ୍କୁ ନେଇ ବାଙ୍ଗୋଲୋର, ମୁମ୍ବାଇ, ଦିଲ୍ଲୀ,କୋଲକାତା ଓ ପୁଣେରେ ମହିଳା ବିଜନେସ ମେଳା କରିବାକୁ ଯୋଜନା ରଖିଛି । ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ମହିଳା ବିଜନେସ ମେଳା ବେଶ ସଫଳତା ହାସଲ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ।

ଭୁବନେଶ୍ୱରରେ ହୋଇଥିବା ମେଳାରେ ୧୫୦ଟି ଷ୍ଟଲକୁ ପ୍ରାୟ ୨ଲକ୍ଷ ଲୋକ ବୁଲି ଦେଖିଥିଲେ । ୫ଦିନ ଧରି ହୋଇଥିବା ମହିଳା ବିଜନେସ ମେଳାରେ ସାଢେ ୪ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା । ଏହା ସହ ଆର୍ଥିକ ବର୍ଷରେ ୧୨ କୋଟି ଟଙ୍କା ସମ୍ଭାବନା ଥିବା ନୂତନ ବ୍ୟବସାୟ ସୁଯୋଗ ଆଣିଦେଇଛି । ଏହି ମେଳା ଦ୍ୱାରା ରାଜ୍ୟର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ବ୍ୟବସାୟକୁ ପ୍ରଶସ୍ତିକରଣ କରିବା ସହ ବିଭିନ୍ନ ସଂସ୍ଥାମାନଙ୍କ ଦ୍ୱାରା ବାଣିଜ୍ୟସ୍ତରରେ ଯୋଡ଼ି ହୋଇପାରିଛନ୍ତି ।

ଏଥିରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ, ଅଭନେତ୍ରୀ ଲାରା ଦତ୍ତା ଓ ବଲିଉଡ଼୍ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀ ଏବଂ ମହିଳା ସଦସ୍ୟଙ୍କ ଯୋଗଦାନ ମେଳାର ପରିଚୟକୁ ଆହୁରି ଉପରକୁ ନେଇଯାଇଛି । ମେଳା ଶେଷ ହେବା ପୂର୍ବରୁ ଅନ୍ୟ ରାଜ୍ୟରେ ମେଳା ଆୟୋଜନ ପାଇଁ ପ୍ରସ୍ତାବ ଆସିଛି । ଆସନ୍ତା ଜୁନ ମାସରେ ମହିଳା ଉଦ୍ୟୋଗୀ ପରିଷଦରେ ଆଉ ୧୦୦ ମହିଳା ଉଦ୍ୟୋଗୀ ଯୋଡି ହେବେ ବୋଲି ସୂଚନା ମିଳିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା