ଓଡିଶା

ରଖେ ହରି ତ ମାରେ କିଏ ! ବିନା ପାରିଶ୍ରମିକରେ କ୍ଷତାକ୍ତ ବଦଳର ରକ୍ଷା କଲେ ପ୍ରାଣୀ ଚିକିତ୍ସକ

ରଖେ ହରି ତ ମାରେ କିଏ । ବୌଦ୍ଧ ଜିଲ୍ଲା ଗୋଛାପଡା ଗ୍ରାମପଂଚାୟତ ଅନ୍ତର୍ଗତ ତ୍ରିବେଣୀପୁର ଗ୍ରାମର ଗିରିଶ ଛତ୍ରଙ୍କ ବଳଦକୁ କେହି ଦୁର୍ବୁତ୍ତ ଅତି ଅମାନୁଷିକ ଭାବେ ବର୍ଛା ମାରି ଦେଇଥିଲେ । ଫଳରେ ବଳଦଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଏ ବାବଦରେ ଖବର ପାଇ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା ପ୍ରଫୁଲ୍ଲ କୁମାର ନାୟକଙ୍କ ନେତୃତ୍ୱରେ ଏକ ପ୍ରାଣୀ ଚିକିତ୍ସକ ଦଳ ତ୍ରିବେଣୀପୁର ଗ୍ରାମରେ ପହଞ୍ଚି ବଳଦର ସଫଳ ଅସ୍ତ୍ରୋପଚାର କରିଛନ୍ତି ।

ସୂଚନା ଅନୁସାରେ, ବଳଦର ମାଲିକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଏଭଳି ବିରଳ ଓ ବ୍ୟୟବହୁଳ ଅସ୍ତ୍ରୋପଚାର କରିବାକୁ ସେ ଅକ୍ଷମ ଥିଲେ । ତେବେ ଡା ନାୟକଙ୍କ ତତ୍ଵାବଧାନରେ ବାଉଶୁଣୀ ପ୍ରାଣୀ ଚିକିତ୍ସକ ଡା ପ୍ରିୟଵ୍ରତ ବେହେରା, ମନମୁଣ୍ଡା ପ୍ରାଣୀ ଚିକିତ୍ସକ ଡା ଜନ୍ମେଜୟ ମହାଳିକ୍, ପ୍ରାଣୀଧନ ନିରୀକ୍ଷକ ଭାଵଗ୍ରାହୀ ମେହେର୍ ଓ ଗୋମିତ୍ର ପ୍ରବୀଣ କର୍ଣ୍ଣ ଉପସ୍ଥିତ ରହି ନିଃଶୁଳ୍କ ଅସ୍ତ୍ରୋପଚାର କରିଥିଲେ । ଏହା ସହ ଡା ନାୟକ ନିଜସ୍ବ ଖର୍ଚ୍ଚରେ ସମସ୍ତ ଔଷଧ ମଧ୍ୟ ଯୋଗାଇଛନ୍ତି । ପ୍ରାଣୀ ଚିକିତ୍ସା ବିଭାଗର ତ୍ୱରିତ ପଦକ୍ଷେପ ପାଇଁ ଏକ ନିରୀହ ପ୍ରାଣୀର ଜୀବନ ରକ୍ଷା ହୋଇପାରିଥିବାରୁ ଏ ନେଇ ସ୍ଥାନୀୟ ଅଞ୍ଚଳରେ ଏତାଦୃଶ କାର୍ଯ୍ୟକୁ ନେଇ ସମସ୍ତେ ବହୁ ପ୍ରଶଂସା କରିଛନ୍ତି ।

ବୌଦ୍ଧରୁ ସୁମନ୍ତ ମେହେର

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା