ବ୍ଲକସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ, ୧୧ ଜଣ ଛାତ୍ରଛାତ୍ରୀ ମନୋନୀତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଖେଳ ଶିକ୍ଷକ ସଂଘ ସଭାପତି ଭଗବାନ ପଣ୍ଡାଙ୍କ ତତ୍ୱାବଧାନରେ ବ୍ଲକ ସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଯୋଗ ଶିକ୍ଷା କରିଥିଲେ । ଯୋଗ ଶିବିରରେ ସିନିୟର ବିଭାଗରେ ଆକାଶ ପଣ୍ଡା, ଚିନ୍ମୟ ଗୋଛାୟତ, ତପୁ ବେହେରା, ପିଣ୍ଟୁ ପାଢ଼ୀଙ୍କ ସହିତ ବାଳିକା ବିଭାଗରେ ଉର୍ମିଳା ନାହାକ, ମାମାଲି ପାଲଇ, ବନ୍ଦନା ଦାସ ଓ ଦିପ୍ତୀରାଣୀ ପ୍ରଧାନ ମୋଟ ୮ ଜଣ ଓ ଜୁନିୟର ବିଭାଗରେ ସିଦ୍ଧାନ୍ତ ସାହୁ, ବବୁଲ ପାଣ୍ଡି, ବସୁନ୍ଧରା ବାରିକ ମୋଟ ୩ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି । ଏହି ଶିବିରରେ ଜଜ୍ ଭାବେ ସୁରେନ୍ଦ୍ର ନାଥ ପ୍ରଧାନ ଓ ସନ୍ତୋଷ କୁମାର ପଣ୍ଡା କାର୍ୟ୍ୟ ତୁଲାଇଥିଲେ ।
ବେଗୁନିଆପଡାରୁ ବାପୁନି କିମାର ମାଲୁ