ଆମ ସ୍କୁଲ ଜମି ଆମକୁ ଫେରାଇଦିଅ, ନ ହେଲେ ଆନ୍ଦୋଳନ ତୀବ୍ର ହେବ !

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ଜମି ଫେରାଇ ଆଣିବା ଉଦେଶ୍ୟରେ ସ୍କୁଲ ସମ୍ମୁଖରେ ଧାରଣା ଦେଲେ ପୁରାତନ ଛାତ୍ର । ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ କରାଯାଇଥିବା ଏହି ଧାରଣା ଓ ପ୍ରତିବାଦ ସଭାରେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାମାନେ ଯୋଗ ଦେଇ ତୁରନ୍ତ ସ୍କୁଲ ଜମିକୁ ଫେରାର ଆଣିବାକୁ ଦାବି କରିଥିଲେ ।
ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଚଞ୍ଚକତା କରି ସ୍କୁଲର ଜମିକୁ ନିଜ ନାମରେ କରିଦେଇ ଥିବାରୁ ଏହାର ପ୍ରତିବାଦରେ ଏହି ଧାରଣା ଦିଆଯାଇଛି ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ଯଦି ସେମାନେ ତୁରନ୍ତ ସ୍କୁଲ ଜମିକୁ ସ୍କୁଲ ନାମକୁ ଫେରାର ନ ଦିଅନ୍ତି ତେବେ ଆଗମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ଅପରପକ୍ଷେ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ । ତେବେ ଦେଖିବାକୁ ବାକି ରହିଲା ପୂର୍ବତନ ପ୍ରଧାନ ଶିକ୍ଷକ ସ୍କୁଲ ଜମିକୁ ବିଦ୍ୟାଳୟ ନାମକୁ କେବେ ହସ୍ତାନ୍ତର କରୁଛନ୍ତି ।
ଜଗତସିଂହପୁରରୁ ଶ୍ରୀରାଜ ସାହୁ