ଓଡିଶା ଟ୍ରେଣ୍ଟିଂ

ନୂଆ ରୂପରେ ସଜେଇ ହୋଇଛି ମା’ ତାରାତାରିଣୀଙ୍କ ପୀଠ

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ ମିଳିଲା ନୂଆ ରୂପରେଖ । ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠରେ ଚାଲିଛି ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ । ଏହି ଉତ୍ସବରେ ଯୋଗ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ସେ ମନ୍ଦିରରେ ପ୍ରଥମେ ମା’ଙ୍କୁ ଦର୍ଶନ କରିବା ସହ ମୁଖ୍ୟ ପୁରୋଧା ସାଜି ପ୍ରତିଷ୍ଠା ଦିବସରେ ବସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠରେ ନୂଆ ସ୍ନାନ ମଣ୍ଡପ, ଦୀପ ଘର, ପ୍ରଶାସନିକ ଭବନର ଉଦଘାଟନ କରିଛନ୍ତି । ଆଦିଶକ୍ତି କ୍ଷେତ୍ର ମା’ତାରାତାରିଣୀ ପୀଠ ଓଡ଼ିଆ ଭାବାବେଗ ସହ ଜଡ଼ିତ । ଓଡ଼ିଶା ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ଆଧ୍ୟାତ୍ମିକ ସ୍ଥଳର ରୂପାନ୍ତରଣ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭବ ପ୍ରଦାନ କରୁଛି ।

ମା’ ତାରାତାରିଣୀଙ୍କ ମନ୍ଦିର

ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମନ୍ଦିରର ଉନ୍ନତିକରଣ କରାଯାଇଛି । ମେ’ ୧୫ରୁ ଆରମ୍ଭ ହୋଇଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠା ଉତ୍ସବ ଚାଲିବ । ଏହି ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସମରୋହରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି । ନୂଆ ରୂପରେ ସଜେଇ ହୋଇଛି ମା’ଙ୍କର ପୀଠ ।

ଉତ୍ସବରେ ବିଭିନ୍ନ ସ୍ଥାନରୁ ବ୍ରାହ୍ମଣ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି । ୨୦୦୧ରେ ଭବ୍ୟ ମନ୍ଦିରର ପରିକଳ୍ପନା କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୦୩ରେ ତାରାତାରିଣୀ ଉନ୍ନୟନ ବୋର୍ଡ ଗଠନ କରାଯାଇଥିଲା । ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଭି.କେ ପାଣ୍ଡିଆନ୍ ମନ୍ଦିର ପୁନଃ ନିର୍ମାଣ କାମ ଆରମ୍ଭ କରାଇଥିଲେ । ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟର ସ୍ପର୍ଶ ଦେଇଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା