ଦିବ୍ୟାଙ୍ଗଜନ ସମାଧାନ ଶିବିରରେ ଯୋଗଦେଇ କାର୍ଡ ବାଣ୍ଟିଲେ ବିଧାୟିକା

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ଦିବ୍ୟାଙ୍ଗଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ୨୩ ଜଣ ଦିବ୍ୟାଙ୍ଗଙ୍କୁ କାର୍ଡ ବଣ୍ଟନ କରିଥିବାବେଳେ ୨ ଜଣଙ୍କୁ ହୁଇଲ୍ ଚେୟାର ପ୍ରଦାନ କରିଛନ୍ତି । ଏହି କାର୍ଡ ପାଇବା ଫଳରେ ସେମାନଙ୍କୁ ବସ୍ ଓ ଟ୍ରେନରେ ରିହାତି ମିଳିବା ସହିତ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ସୁଯୋଗ ମିଳିପାରିବ । ଏଥିରେ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼, ଉପାଧ୍ୟକ୍ଷା ସୁଧାକର ପ୍ରଧାନ, ଏବିଡିଓ ନିରଞ୍ଜନ ବେହେରା, ବିଏସ୍ଏସ୍ ଓ ଅରୁଣ ନାୟକ ଯୋଗ ଦେଇ ଶିବିରର ଉଦେଶ୍ୟ ଉପରେ ଆଲୋଚନା କରିଥିଲେ । ଦିବ୍ୟାଙ୍ଗମାନେ ସେମାନଙ୍କ ଭତ୍ତା, ଲୋନ, ସ୍କଲାରସିପ୍, ସାର୍ଟିଫିକେଟ ଓ ଉପକରଣ ପାଇବାରେ କୌଣସି ଅସୁବିଧା ହେଲେ ଏହି ଶିବିରରେ ଜଣାଇବେ ବୋଲି ଉପସ୍ଥିତ ଅତିଥି ମତ ରଖିଥିଲେ । ଏହି ଶିବିର ପ୍ରତି ସୋମବାର ଦିନ ଚାରୋଟି ପଂଚାୟତକୁ ନେଇ କରାଯାଉଛି ବୋଲି ବିଡ଼ିଓ କହିଛନ୍ତି ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ