ଓଡିଶା

ବୈଷ୍ଣବ ପାଣିଙ୍କ କାଳଜୟୀ ସୃଷ୍ଟି ସଂଭାର ଚିର ଅମଳିନ…

ପ୍ରଥିତଯଶା ସାରସ୍ୱତ ସାଧକ, ଓଡ଼ିଆ ଯାତ୍ରା ନାଟକର କିମ୍ବଦନ୍ତୀ ପୁରୁଷ, ଗଣକବି ବୈଷ୍ଣବ ପାଣିଙ୍କ ୬୬ ତମ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କବିଙ୍କ  ଜନ୍ମମାଟି କୋଠପଦାରେ ଆୟୋଜିତ ହୋଇଯାଇଛି । ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ମାହାଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, କବି ପ୍ରଶାନ୍ତ କର, ସରପଞ୍ଚ ନଳୀନିପ୍ରଭା ପ୍ରଧାନ, ସମିତିସଭ୍ୟା ସୁପ୍ରଭା ସାମଲ, ଛାତ୍ର ବିଜେଡି ବ୍ଲକ ସଭାପତି ତ୍ରିନାଥ ଜେନା, ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା, ମାଇନର କମ୍ୟୁନିଟି ନେତା ସେକ ଅଫସର ତୁଲ୍ଲା, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ମହିଳା ଫେଡେରେସନ ସଭାପତି ଆରତୀ ନାୟକ, ଶିକ୍ଷକ ମାଗୁଣି ସାମଲ, ଭରତ ଦାସ, ପର୍ଶୁରାମ ଦାସ, ଯତୀନ୍ଦ୍ର ଦାସ, ନାଏବ ସରପଞ୍ଚ ରମାକାନ୍ତ ପଣ୍ଡା, ହେମନ୍ତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୈଷ୍ଣବ ପାଣିଙ୍କ କାଳଜୟୀ ସୃଷ୍ଟି ସଂଭାର ଚିର ଅମଳିନ ବୋଲି ମତବ୍ୟକ୍ତ କରିଥିଲେ ।

ତିଳ-ତର୍ପଣ କାର୍ଯ୍ୟକ୍ରମ

ଏହି ଅବସରରେ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ପଣ୍ଡା ବିରୂପା ନଦୀରେ ତିଳ ତର୍ପଣ କରିଥିଲେ ଏବଂ ସ୍ଥାନୀୟ ଅଞ୍ଚଳର ଶହଶହ ପାଣିପ୍ରେମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ନାଟ୍ୟ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାନ୍ତି, କଳାକାର ଭଜମନ ସ୍ୱାଇଁ, ଜୟଦେବ ମହାନ୍ତି ପ୍ରମୁଖ ପାଣି କବିଙ୍କ ଭଜନ ଜଣାଣ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗଣେଶ ବିହାରୀ, ଦୀପକ ଦାସ, ସୁଧାଂଶୁ ପାଣି, ଅଭିମନ୍ୟୁ ସାମଲ, ପଞ୍ଚାନନ ସ୍ୱାଇଁ, ରବୀନ୍ଦ୍ର ପୃଷ୍ଟି, ଶିବ ପ୍ରସାଦ ବେହେରା, ସୁଶାନ୍ତ ଦାସ, ଅଶୋକ ସାମଲ, ସୌମ୍ୟ ରଞ୍ଜନ ଓଝା, ଅରକ୍ଷୀତ ଦାସ, ପ୍ରମୋଦ ମହାନ୍ତି, ସୁମନ୍ତ ପଲାଇ, ଦୀପକ ବାରିକ, ପ୍ରତାପ ଜେନା, ରଞ୍ଜନ ବଳବନ୍ତରାୟ, ବାସବ ବେହେରା, ଦେବେନ୍ଦ୍ର ଜେନା, କୈଶୋର ଦାସ ପ୍ରମୁଖ ପରିଚାଳନା କରିଥିଲେ ।

ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା