ଓଡିଶା

ଢିଙ୍କିଆରେ ପ୍ରସ୍ତାବିତ ଜିନ୍ଦଲ କମ୍ପାନୀକୁ ସ୍ୱାଗତ କରୁଛନ୍ତି ଅଞ୍ଚଳବାସୀ, ହେଲେ ପ୍ରବର୍ତ୍ତାଉଛନ୍ତି ବାହାର ନେତା…

ପୁଣି ମେଳିହେଲେ ଢ଼ିଙ୍କିଆ ଗ୍ରାମବାସୀ l ଏଥର ପ୍ରକଳ୍ପ ବିରୋଧରେ ନୁହେଁ ମିଥ୍ୟା ଆନ୍ଦୋଳନ ନାଁ ନେଇ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରି ଗ୍ରାମର ଭାଇଚାରା ବିଗଡୁଥିବା ବାହାର ନେତାଙ୍କୁ କରିବେ ବିରୋଧ l ଏ ବିଷୟରେ ପ୍ରଶାସନକୁ ଲିଖିତ ଅଭିଯୋଗ କରିବା ପରେ ଢ଼ିଙ୍କିଆ ପଞ୍ଚାୟତ ଅଫିସରେ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ଢ଼ିଙ୍କିଆ ଗ୍ରାମ୍ୟ ସୁରକ୍ଷା କମିଟି l ବିଗତ ପୋସ୍କୋଠାରୁ ଜିନ୍ଦଲ ପର୍ଯ୍ୟନ୍ତ ଢ଼ିଙ୍କିଆ ଗ୍ରାମବାସୀଙ୍କୁ ମୋହରା କରି କିଛି ତଥାକଥିତ ବାହାର ନେତା ନିଜର ପକେଟ ଗରମ କରିବାକୁ ଢ଼ିଙ୍କିଆ ଗ୍ରାମବାସୀଙ୍କୁ ମତାଇ,ତତାଇ ଆନ୍ଦୋଳନ କରିବାରେ ସଫଳ ହୋଇଛନ୍ତି l ଯାହାର ଫଳ ଭୋଗିଛନ୍ତି ଢ଼ିଙ୍କିଆ ଗ୍ରାମବାସୀ l

ଧୀରେ ଧୀରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହିତ ବାତ୍ୟା କାରଣରୁ ଅନେକ ସମୟରେ ଧାନ, ପାନ, ମୀନକୁ ନେଈ ପରିଚିତ ଢ଼ିଙ୍କିଆ ଚାରିଦେଶରେ ଫସଲ ବାଧାପ୍ରାପ୍ତ ହେଉଥିବା ବେଳେ ନିଜ ଅଞ୍ଚଳରେ ପ୍ରସ୍ତାବିତ ଜିନ୍ଦଲ କମ୍ପାନୀକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ନିଜର କ୍ଷତିପୂରଣ ପାଇସାରିଛନ୍ତି l ତେବେ ପରିସ୍ଥିତି ସ୍ୱାଭାବିକ ବେଳେ କିଛି ବାହାର ନେତା ଭୁବନେଶ୍ୱରରେ ରହି ପୁଣିଥରେ ଗ୍ରାମବାସୀଙ୍କୁ ଉସକାଇବାକୁ ଚେଷ୍ଟା କରୁଛନ୍ତି l ବିଭିନ୍ନ ଗଣମାଧ୍ୟମ ଜରିଆରେ ଆସନ୍ତା ଚାରି ତାରିଖରେ କିଛି ନିର୍ଦ୍ଧିଷ୍ଟ ନେତା ଢ଼ିଙ୍କିଆକୁ ଆସିବାକୁ ଘୋଷଣାକୁ ନେଇ ବିରୋଧ କରିଛନ୍ତି ଢ଼ିଙ୍କିଆବାସୀ l ଯଦି ଗ୍ରାମକୁ କେହି ବାହାର ନେତା ପ୍ରବେଶ କରି ଅପଚେଷ୍ଟା କରନ୍ତି ତେବେ ଗ୍ରାମବାସୀ ଏହାର କଡା ଜବାବ ଦେବେ ବୋଲି ଢ଼ିଙ୍କିଆ ଗ୍ରାମ୍ୟ ସୁରକ୍ଷା କମିଟି ଚେତାବନୀ ଦେଇଛି l

ଜଗତସିଂହପୁରରୁ ଶ୍ରୀରାଜ ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା