ଓଡିଶା

ସରକାର ଆମ ଆଡେ ଟିକେ ଦୃଷ୍ଟି ଦିଅ !

ପାଖରେ କେହିଁ ନାହାନ୍ତି । ବାପା ମା ଭାଇ ପର କରି କେବେଠାରୁ ଚାଲିଗଲେଣି । ପାଖରେ ଅଛି ଦିବ୍ୟାଙ୍ଗ ଝିଆରୀ । ଆଉ ଏହି ଝିଆରୀକୁ ନେଇ ଖୋଲା ତମ୍ବୁ ତଳେ ଆଶ୍ରୟ ନେଇଛନ୍ତି ଏହି ମହିଳା । ଇଏ ହେଉଛନ୍ତି ପି ମଣି କୁମାରୀ । ବୟସ 45 । ପରିବାର କହିଲେ କେବଳ ଦିବ୍ୟାଙ୍କ ଝିଆରୀ । ଘରଡିହ ବୋଲି କିଛି ନାହିଁ । ସକାଳ ହେଲେ ପେଟ ପୋଷିବା ପାଇଁ ମଣିକୁମାରୀ ନିକଟସ୍ଥ ହାଟରୁ କିଛି ପରିବା ଆଣି ବିକ୍ରି କରନ୍ତି । ଆଉ ସେଥିରେ ଦୁଇ ପ୍ରାଣୀଙ୍କ ଆହାର ଯୋଗଡ ହୋଇଯାଏ । ତେବେ ଏମାନଙ୍କ ଏପରି ଅବସ୍ଥା ଦେଖି ନିକଟସ୍ଥ କନକ ପରମେଶ୍ୱରୀ ମନ୍ଦିର କମିଟି ପକ୍ଷରୁ ରାତ୍ରିରେ ମନ୍ଦିରେ ବାରଣ୍ଡାରେ ଆଶ୍ରୟ ନେବା ଲାଗି ବ୍ୟବସ୍ଥା ହୋଇଯାଇଛି । ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମର ।

ଅସହାୟ ମହିଳାଙ୍କ ସହ ଦିବ୍ୟାଙ୍କ ଝିଆରୀ

ଦେଶ ତଥା ରାଜ୍ୟରେ କେହି ଯେମିତି ଗୃହହୀନ ନ ରୁହନ୍ତି ସେଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରଣୟନ ହୋଇଛି । ହେଲେ ଏ ଦୃଶ୍ୟ ସରକାରଙ୍କ ଏହି ଯୋଜନାକୁ ଅଟ୍ଟହାସ୍ୟ କରୁଥିବା ଭଳି ମନେ ହେଉଛି । ତେବେ ସରକାରୀ ଯୋଜନା ଏମାନେ କିଛି ପାଇ ନାହାନ୍ତି ତାହା କହିବା ସରକାରଙ୍କ ପ୍ରତି ଅବମାନନା ହେବ । ସରକାରୀ କଳର ବାବୁମାନେ ମଣିକୁମାରୀ ଏବଂ ତାଙ୍କ ଦିବ୍ୟାଙ୍କ ଝିଆରୀ ପାଇଁ 25 କିଲୋ ଚାଉଳ ସହ ମାସିକ 500 ଟଙ୍କା ଭତ୍ତା ଦେବାର ବ୍ୟବସ୍ଥା କରି ଦେଇ ନିଜ କର୍ତ୍ତବ୍ୟ ସାରି ଦେଇଛନ୍ତି । ହେଲେ ଏହି ବାସହରା ମହିଳାଙ୍କ ପାଇଁ ଘର ଖଣ୍ଡିଏ ଦେବାର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଦୀର୍ଘ 3 ବର୍ଷ ହେବ ମଣିକୁମାରୀ ଘର ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ଥକି ଗଲେଣି । ମାତ୍ର ଆଜି ଯାଏଁ ତାଙ୍କ ଗୁହାରୀ ଏସି ରୁମରେ ଥିବା ସରକାରୀଙ୍କ ବାବୁଙ୍କ କାନରେ ପଡିଲା ନାହିଁ । ଅପରପକ୍ଷେ ମଣିକୁମାରୀଙ୍କୁ ଘର ଯୋଗାଇବା ଲାଗି ପୂର୍ବତନ ଜିଲ୍ଲା ପରିଷଦ ସମସ୍ତ ପ୍ରକାର ଦସ୍ତାବିଜ ବିଡିଓଙ୍କୁ ଦେଇଥିବାବେଳେ ତୁରନ୍ତ ତାଙ୍କୁ ଘର ମିଳିଲେ ଦୁହେଁ ଶାନ୍ତିରେ ରହିବେ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ମଣିକୁମାରୀଙ୍କ ଏଭଳି ଅବସ୍ଥାକୁ ଦେଖି ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛନ୍ତି ।

ବୋରିଗୁମ୍ମାରୁ ବିଘ୍ନେଶ୍ୱର ଷଡ଼ଙ୍ଗୀ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା