ରାଜ୍ୟବାସୀଙ୍କୁ ତାତିରୁ ମିଳିବ ନିସ୍ତାର…

ଏଣିକି ଅସହ୍ୟ ତାତିରୁ ମିଳିବ ନିସ୍ତାର । କାଳବୈଶାଖୀ ପ୍ରଭାବରେ କମିବ ତାତି । ରାଜ୍ୟରେ ହିଟ୍ ୱେଭରେ ଲାଗିବ ବ୍ରେକ୍ । ଆଗାମୀ ୩ ଦିନ ପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପରବର୍ତ୍ତୀ ୨ ଦିନ ମଧ୍ୟରେ(ମଇ ୧ ରୁ ୨) ୨ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ଦିନର ତାତି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଏପଟେ ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଅନୁଭୂତି ହେଉଛି । ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୪୦.୪ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ୩୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।