ବଢୁଚି ଗ୍ରୀଷ୍ମ ତାତି, ଅସହ୍ୟ ହେଉଛି ଜନଜୀବନ

ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାତି ପାହିବା ପରେ ସମୟ ବଢ଼ିବା ସହ ଦିନର ତାପମାତ୍ରା ବଢ଼ି ବଢ଼ି ଚାଲିଛି । ସକାଳ ୮ଟା ପରେ ଘରୁ ବାହାରକୁ ବାହାରିଲେ ଦେହମୁହଁ ପୋଡି ଯାଉଛି । ଏପଟେ ଗୁଳିଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଲାଗୁଛି । ତାତି ବଢ଼ିବା ଯୋଗୁଁ କେବଳ ମଣିଷ ନୁହେଁ ଜୀବଜନ୍ତୁ ବି ତ୍ରାହି ଡାକିଲେଣି ।
ସ୍ଥିତିକୁ ନଜରରେ ରଖି ରାଜ୍ୟର ୪ଜିଲ୍ଲା ଯଥା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପଶ୍ଚିମ ଓଡିଶାରେ କିଛି ଦିନ ପାରଦ ଟିକେ କମ୍ ରହିବା ପରେ ଏବେ ପୁଣି ରେକର୍ଡ ଭାଙ୍ଗୁଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି ଗ୍ରୀଷ୍ମ ପ୍ରବାହ ଆଗକୁ ଏମିତି ଜାରି ରହିବ ବୋଲି ପାଣିପାଗ ବିଭାଗର ଆକଳନ କରିଛି ।