ଦେଶ ବିଦେଶ

କୋଭିଡ କଟକଣାକୁ ମାନି ପରୀକ୍ଷା ଦେଉଛନ୍ତି ସିବିଏସ୍ଇ ଦଶମ,ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ

ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଟର୍ମ-୨ ପରୀକ୍ଷା ଆରମ୍ଭ ହୋଇଛି । ଅଫଲାଇନରେ ହେବାକୁ ଥିବା ଏହି ପରୀକ୍ଷା ପ୍ରାୟ ୫୦ ଦିନ ଚାଲିବ । ସାରା ଦେଶରୁ ଦଶମରେ ପ୍ରାୟ ୨୧ ଲକ୍ଷ ୧୬ ହଜାର ପିଲା ପରୀକ୍ଷା ଦେବାକୁ ଥିବାବେଳେ ଦ୍ୱାଦଶରେ ୧୪ ଲକ୍ଷ ୫୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡ଼ିଶାରୁ ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୧୮ ହଜାର ପିଲା ଅଂଶଗ୍ରହଣ କରୁଥିବାବେଳେ ୧୦ମ ଶ୍ରେଣୀରେ ୩୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ଦିନ ୧୦ଟା ୩୦ରୁ ୧୧ଟା ୩୦ ଏକ ଘଣ୍ଟା ପରୀକ୍ଷା ଅବଧି ରହିଛି । ଏହା ପୂର୍ବରୁ ପ୍ରଶ୍ନ ବୁଝିବା ଲାଗି ଛାତ୍ରଛାତ୍ରୀଙ୍କୁ ୧୦ ମିନଟ୍ ଅଧିକ ସମୟ ଦିଆଯାଇଛି । ଆସନ୍ତାକାଲି ସିବିଏସ୍ଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ ଭାଷାରେ ପରୀକ୍ଷା ଦେବେ ।

ସେହିପରି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଦିନ ୧୨ଟା ୩୦ ଯାଏଁ ପରୀକ୍ଷା ଦେବେ । ଆସନ୍ତାକାଲି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ହିନ୍ଦୀ ଭାଷାରେ ପରୀକ୍ଷା ଦେବେ । ଦଶମ ଶ୍ରେଣୀର ପରୀକ୍ଷା ମେ ୨୪ ତାରିଖରେ ଶେଷ ହେବାକୁ ଥିବାବେଳେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଜୁନ ମାସ ୧୫ ତାରିଖ ଯାଏ ଚାଲିବ ।

ଦେଶରେ ମୋଟ୍ ୧୪ ହଜାର ୧୨୬ କେନ୍ଦ୍ରରେ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଥର ଦୁଇଟି ବିଷୟ ମଧ୍ୟରେ ବଡ଼ ବ୍ୟବଧାନ ଦିଆଯାଇଛି । ଫଳରେ ପିଲାଙ୍କୁ ପ୍ରତି ବିଷୟ ପାଇଁ ପ୍ରସ୍ତୁତ ହେବାକୁ ଅଧିକ ସମୟ ମିଳିବ । ଏବେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ କଟକଣା ମଧ୍ୟରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ପରୀକ୍ଷା କେନ୍ଦ୍ରର ପ୍ରତି ଗୃହରେ ମାତ୍ର ୧୮ ଜଣ ବସିବେ ବୋଲି ସିବିଏସ୍‌ଇ କହିଛି । ପରୀକ୍ଷା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ସହ ନିର୍ଦ୍ଧାରିତ ସମୟ ବ୍ୟବଧାନରେ କେନ୍ଦ୍ରକୁ ସାନିଟାଇଜ୍‌ କରାଯିବ । ପରୀକ୍ଷାର୍ଥୀ ନିଜର ହ୍ୟାଣ୍ଡ୍ ସାନିଟାଇଜର ଆଣି କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।