ଓଡିଶା

ପ୍ରେମ ସାକାର ହେବା ଆଗରୁ ପ୍ରେମିକ ହେଲେ ହତ୍ୟାର ଶିକାର, ଆଉ ଆତ୍ମହତ୍ୟା କଲେ ପ୍ରେମିକା

ପ୍ରେମ ସଂଜ୍ଞାହୀନ । ହେଲେ ପ୍ରେମ ହିଁ ଜୀବନର ମୂଳ ଆଧାର । ଦୁଇ ପ୍ରେମ ପକ୍ଷୀ ଦୀର୍ଘ ଦିନ ହେବ ନିଜ ପ୍ରେମକୁ ସାକାର କରିବା ଲାଗି ପରିବାରର ସ୍ବୀକୃତି ପାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ । ଆଉ ଭଗବାନଙ୍କ ଆଶୀର୍ବାଦରୁ ତାଙ୍କ ପ୍ରେମକୁ ସ୍ବୀକୃତି ମିଳିଥିଲା । ପରିବାରର ସହମତି କିରମେ ଦୁଇ ପ୍ରେମପକ୍ଷୀଙ୍କ ନିର୍ବନ୍ଧ ମଧ୍ୟ ସରିଯାଇଥିଲା । ଦୁହେଁ ବେଶ୍ ଖୁସି ଥିଲେ । ଆଉ ଦିନ କେଇଟା ପରେ ଅର୍ଥାତ୍ ଆସନ୍ତା ୧୩ ତାରିଖରେ ଗଞ୍ଜାମ ଜିଲ୍ଲା ହଂସପୁର ଗାଁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ଏବଂ ଆରତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଆନ୍ତା । ହେଲେ ସବୁକିଛି ଓଲଟପାଲଟ ହୋଇଗଲା ।

ଗତ ୨୨ ତାରିଖ ରାତିରେ କୃଷ୍ଣଚନ୍ଦ୍ର ପରିଡା ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ଗାଁ ପାଖ ମନ୍ଦିର ନିକଟରେ କେତେକ ଦୁର୍ବୃତ୍ତ ତାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ନିଜ ଆଖି ଆଗରେ ନିଜ ପ୍ରେମକୁ ମରିଥିବାର ଦେଖି ଭାଙ୍ଗିଯାଇଥିଲେ ଆରତୀ । ନା ଥିଲା ବଞ୍ଚିବାର ଇଚ୍ଛା ନା ଆଗକୁ ବଢିବାର ସାହାସ । ଶେଷରେ ଯେଉଁ ସ୍ଥାନରେ କୃଷ୍ଣଙ୍କ ହତ୍ୟା ହୋଇଥିଲେ, ସେହିଠାରେ ଆରତୀ ବିଷ ପିଇଦେଲେ ।

ଗାଁ ଲୋକେ ଆରତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ପୋଲିସ କୃଷ୍ଣଚନ୍ଦ୍ର ପରିଡ଼ା ମର୍ଡର ମାମଲାରେ କେତେକ ଲୋକଙ୍କୁ ସନ୍ଦେହରେ ଅଟକ ରଖିଥିଲାବେଳେ ସେମାନଙ୍କୁ ପଚରାଉଚରା ପରେ ଛାଡି ଦେଇଥିବା ଜଣାପଡିଛି । ଅପରପକ୍ଷେ ଏହି ଖବର ପ୍ରଚାରିତ ହେବା ପରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କୃଷ୍ଣଚନ୍ଦ୍ର ପରିଡାଙ୍କ ହତ୍ୟାକାରୀଙ୍କ ଗିରଫ ଦାବିରେ ହଂସପୁର ଗାଁ ଲୋକେ ନିଆଁ ଜାଳି ରାସ୍ତା ରୋକ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା