ଦେଶ ବିଦେଶ

ନୂଆ ନୀତି ଆୟୋଗ ଉପାଧ୍ୟକ୍ଷ ହେବେ ସୁମନ କେ ବେରୀ, ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାଜୀବ କୁମାର

ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାଜୀବ କୁମାର । ସେ ହଠାତ୍ ଇସ୍ତଫା ଦେବା ପଛର କାରଣ ଜଣାପଡିନାହିଁ । ଦେଶର ବରିଷ୍ଠ ଅର୍ଥନୀତିଜ୍ଞ ଭାବରେ ଜଣାଶୁଣା ରାଜୀବ କୁମାର ୨୦୧୭ ଅଗଷ୍ଟରେ ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ତାଙ୍କ ସ୍ଥାନରେ ଅରବିନ୍ଦ ପାନଗାରିଆ ଥିଲେ । ପାନଗାରିଆ ଏବେ ଏକ ବିଶ୍ୱବିଦ୍ୟାଳୟର କୁଳପତି ରହିଛନ୍ତି ।

ତେବେ ଶ୍ରୀ କୁମାରଙ୍କ ଏପରି ନିଷ୍ପତ୍ତି ପରେ ସରକାର ସୁମନ କେ ବେରୀଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି । ସେ ମେ’ ୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ । ରାଜୀବ କୁମାର ପଦ ଛାଡ଼ିଥିଲେ ମଧ୍ୟ ଏପ୍ରିଲ ୩୦ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ । ଏହା ପରେ ବେରୀଙ୍କ କାର୍ଯ୍ୟକାଳ ଆରମ୍ଭ ହେବ ।

ରାଜୀବ କୁମାର

କେନ୍ଦ୍ରୀୟ କ୍ୟାବିନେଟର ନିଯୁକ୍ତି କମିଟି ରାଜୀବଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ହେଉଛନ୍ତି ନୀତି ଆୟୋଗର ଅଧ୍ୟକ୍ଷ । ନୂଆ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ କେ ବେରୀ ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ୍ଚର ମହାନିର୍ଦ୍ଦେଶକ ଭାବେ ୨୦୦୧ ରୁ ୨୦୧୧ ଯାଏଁ ୧୦ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ପରିସଂଖ୍ୟାନ ଆୟୋଗ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଷୟିକ ପରାମର୍ଶଦାତା କମିଟି ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଗତବର୍ଷ ଡିସେମ୍ବର ୧୬ରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଜୀବ କୁମାର । ଏହି ସମୟରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ରାଜୀବ କୁମାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡି ଫିଲ୍ ଏବଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।