ଡ୍ରାଇଭର ପ୍ରେମରେ ଉବୁଡୁବୁ ଇଞ୍ଜିନିୟରଙ୍କ ସ୍ତ୍ରୀ, ସ୍ବାମୀଙ୍କୁ ମାରିବାକୁ କରିଥିଲେ ମାଷ୍ଟର ପ୍ଲାନ୍

ଦୁଇ ଆତ୍ମାର ବନ୍ଧନ ହେଉଛି ବିବାହ । ହେଲେ ଏଠି ଏହି ବନ୍ଧନ କଳଙ୍କିତ ହୋଇଛି । ପର-ପୁରୁଷର ପ୍ରେମରେ ଉବୁଡୁବୁ ହୋଇ ଜଣେ ନାରୀ ନିଜ ମଥାର ସିନ୍ଦୁରକୁ ସବୁଦିନ ପାଇଁ ପୋଛିବାକୁ କରିଥିଲେ ମାଷ୍ଟର ପ୍ଲାନ । ତେବେ ପତ୍ନୀଙ୍କ ରଚିତ ଷଡଯନ୍ତ୍ରର ଶିକାର ହେଉ ହେଉ ଅଳ୍ପକେ ବର୍ତ୍ତିଯାଇଛନ୍ତି ପତି । ଆଉ ପୋଲିସ ହାତରେ ଧରାପଡିଯାଇଛି ପ୍ରେମିକ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣାକୁ ନେଇ ଏବs ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି ।
ଡ୍ରାଇଭର ପ୍ରେମରେ ପଡ଼ିଯାଇଥିଲେ ଇଞ୍ଜିନିୟରଙ୍କ ସ୍ତ୍ରୀ । ଅନ୍ୟ ସହରକୁ ସ୍ୱାମୀଙ୍କ ବଦଳି ହେବାପରେ ଡ୍ରାଇଭର ସହିତ ରଖିଥିଲେ ଅନୈତିକ ସଂପର୍କ । ହେଲେ ବେଶୀ ଦିନ ସ୍ବାମୀଙ୍କ ଆଖିରେ ଲୁଚି ନ ଥିଲା ଏହି ଚୋରା ପୀରତି । ସବୁ ଜାଣିଯାଇଥିଲେ ସ୍ୱାମୀ । ଆଉ ଏହା ପରେ ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ପ୍ରେମିକ ସହ ମିଶି ଷଡ଼ଯନ୍ତ୍ର କଲେ ସ୍ତ୍ରୀ । ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଯୁକ୍ତ କଲେ ସୁପାରୀ କିଲର । ହେଲେ ସ୍ୱାମୀଙ୍କ ଭାଗ୍ୟ ଭଲ ଥିଲା । ଫଳରେ ନିଶ୍ଚିତ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଥିଲେ ସ୍ବାମୀ । ଆଉ ପୋଲିସ ହାତରେ ଧରାପଡ଼ିଲା ଡ୍ରାଇଭର ।
ଅଭିଯୁକ୍ତ ଡ୍ରାଇଭର ଅନୁଗୁଳ ହାଟତୋଟା ଅଞ୍ଚଳର ଅଶୋକ ସାହୁ । ତେବେ ଚଢ଼ଉ ପୂର୍ବରୁ ମାଷ୍ଟରମାଇଣ୍ଡ ଇଞ୍ଜିନିୟରଙ୍କ ସ୍ତ୍ରୀ ଓ ସୁପାରୀ କିଲର ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ଭୁବନେଶ୍ୱର ରେଳଷ୍ଟେସନରେ ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ ବିନାୟକ ବେହେରା ୨୦୧୮ ମସିହାରେ ପୁରୀକୁ ବଦଳି ହୋଇଯାଇଥିଲେ । ହେଲେ ତାଙ୍କ ପରିବାର ଭୁବନେଶ୍ୱରରେ ରହୁଥିଲେ । ଏହାରି ଭିତରେ ତାଙ୍କ ଗାଡ଼ି ଡ୍ରାଇଭର ଅଶୋକ ଓ ବିନାୟକଙ୍କ ସ୍ତ୍ରୀ ଟ୍ୱିଙ୍କିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତାଙ୍କ ପ୍ରେମରେ କଣ୍ଟା ସାଜିଥିବା ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ଜିତୁ ନାମକ ଏକ ସୁପାରୀକିଲରକୁ ଏକ ଲକ୍ଷ ଟଙ୍କା ଦେଇଥିଲେ ଟ୍ବିଙ୍କିଲ ।
ଯୋଜନା ଅନୁସାରେ ଜିତୁ ଓ ତାର ସାଥୀ ଗତ ୧୬ ତାରିଖରେ ବିନାୟଙ୍କୁ ମଞ୍ଚେଶ୍ୱର ଥାନା ସ୍ପୋଟର୍ସ କମ୍ପେ୍ଲକ୍ସ ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲେ । କିଛି ଯୁବକ ବିନାୟକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯୋଜନା ବିଫଳ ଖବରପାଇ ସ୍ତ୍ରୀ ଟ୍ୱିଙ୍କିଲ ଓ ଡ୍ରାଇଭର ଅଶୋକ ଧଉଳି ଆପାର୍ଟମେଂଟରେ ଲୁଚିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଚଢାଉବେଳେ ପୋଲିସ ଡ୍ରାଇଭର ଅଶୋକକୁ ଧରିବାରେ ସଫଳ ହୋଇଥିବାବେଳେ ଟ୍ୱିଙ୍କିଲ ଖସି ପଳାଇଛି ।