ଆସନ୍ତା ୨୧ ରୁ ବଢ଼ିବ ଓମଫେଡ୍ କ୍ଷୀର ଦର । ଜାଣନ୍ତୁ କେଉଁ କ୍ଷୀରର ଦାମ୍ କେତେ ହେବ ?

ବଢ଼ିବ ଓମଫେଡ୍ କ୍ଷୀର ଦର । ଆଉ ସାଧାରଣ ଜନତାଙ୍କ ପାଇଁ ନୂଆ ଦର ଲାଗୁ ହେବ ଆସନ୍ତା ୨୧ ତାରିଖରୁ । ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି । ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।
ବିଜୁଳି, ପ୍ୟାକେଜିଂ, ପରିବହନ ଓ ଗାଈର ଦାନା ମୂଲ୍ୟ ବୃଦ୍ଧି ପାଉଛି । ତେଣୁ କ୍ଷୀର ଦର ବୃଦ୍ଧି ପାଇବାର ଆବଶ୍ୟକତା ରହିଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଏହା ଦ୍ୱାରା ଦୁଗ୍ଧ ଉତ୍ପାଦକମାନେ ଅଧିକ ଉତ୍ପାଦନ ପାଇଁ ଉତ୍ସାହିତ ହେବେ ବୋଲି କହିଛି ଓମଫେଡ୍ । ଶେଷ ଥର ପାଇଁ ୨୦୨୦ରେ ଓମଫେଡ୍ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଥିଲା ।
ଓମଫେଡ୍ ଦର ବୃଦ୍ଧି ହେବା ଦ୍ୱାରା ଅଧ-ଲିଟର କ୍ଷୀରର ଦାମ ୨୩ ଟଙ୍କାରୁ ବଢି ୨୪ ଟଙ୍କାରେ ବିକ୍ରି କରାଯିବ । ଓମଫେଡ୍ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର ଅଧ-ଲିଟର ପିଛା ୨୪ ଟଙ୍କା ରଖାଯାଇଥିବା ବେଳେ, ଟୋନଡ୍ କ୍ଷୀରର ମୂଲ୍ୟ ୨୧ଟଙ୍କା ରଖାଯାଇଛି ।

ତେବେ ଓମଫେଡର ଚା ସ୍ପେଶାଲ ଦୋକାନୀଙ୍କ ପାଇଁ ଏକ ନୂଆ ପ୍ରକାର ଦୁଗ୍ଧ ବିକ୍ର କରିବାକୁ ଯାଉଛି ଓମଫେଡ୍ । ଏହାର ଦାମ ଅଧ-ଲିଟର ପିଛା ୨୩ ଟଙ୍କା ରଖାଯାଇଥିବା ବେଳେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ ଓ ପୁରୀରେ ଉପଲବ୍ଧ ହେବ ।