ଗୋଟିଏ ମା ପେଟରୁ ଏକାସମୟରେ ଜନ୍ମିଲେ ୩ ଶିଶୁପୁତ୍ର

ଜଣେ ପ୍ରସୂତି ଏକକାଳିନୀ ଜନ୍ମ ଦେଇଛନ୍ତି ୩ଟି ପୁତ୍ର ସନ୍ତାନ । ତିନିଗୋଟି ନବଜାତ ପୁତ୍ର ସନ୍ତାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଥିବା ବେଳେ ମହିଳା ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି l କୋରାପୁଟ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଟପାଡ଼ ବ୍ଲକ ଗୁମୁଡା ପଞ୍ଚାୟତର ତ୍ରିପତି ନାୟକଙ୍କ ପତ୍ନୀ ହେମଳତା ନାୟକ ୩ଟି ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।
କୋଟପାଡ଼ରୁ ସୁନୀଲ ଦାଶ