ଶପଥ ନେଲେ ରାଜ୍ୟର ପ୍ରଥମ ମହିଳା ମେୟର

ବିଏମ୍ସି ମେୟର ଭାବେ ଶପଥ ନେଲେ ନବନିର୍ବାଚିତ ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । ବିଏମ୍ସି କନଫରେନ୍ସ ହଲରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ମେୟରଙ୍କ ସହ ୬୭ ଜଣ ନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।

ଚଳିତ କର୍ପୋରେସନରେ ୬୭ ଜଣ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୩ ଜଣ ମହିଳା ଅଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ସୁଲୋଚନାଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।