ଓଡିଶା ଟ୍ରେଣ୍ଟିଂ ଦେଶ ବିଦେଶ

ପୁଣି ବଢିଲା ତୈଳ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୧.୬୪ ଟଙ୍କାକୁ ବୃଦ୍ଧି

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ବି ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ଜାରି ରହିଛି । ଗତ ୧୫ ଦିନ ଭିତରେ ୧୩ ଥର ପାଇଁ ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ପୁଣି ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇ ୧୧୧.୬୪ ଟଙ୍କାରେ ପହଞ୍ଚିଛି । ୧୩ ଥରରେ ପେଟ୍ରୋଲ ଲିଟର ପିଛା ମୋଟ ୯ଟଙ୍କା ୮୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦରରେ ୯ଟଙ୍କା ୭୬ ପଇସା ବଢ଼ି ୧୦୧ ଟଙ୍କା ୩୯ ପଇସାରେ ପହଞ୍ଚିଛି ।

ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଉପରେ ୮୦ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଯୋଗୁଁ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୪. ୬୧ ଟଙ୍କା ହୋଇଥିବାବେଳେ ଡିଜେଲ ଦର ୯୫. ୮୭  ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୪ ପଇସା ବଢ଼ି ୧୧୯.୬୭ ଟଙ୍କା ଓ ଡିଜେଲ ୮୫ ପଇସା ବଢ଼ି ଲିଟର ପିଛା ୧୦୩.୯୨ ଟଙ୍କା ହୋଇଛି ।

ମାର୍ଚ୍ଚ ୨୨ରେ ପ୍ରଥମ ଥର ପାଇଁ ତେଲ ଦର ବଢ଼ିଥିଲା । ମାର୍ଚ୍ଚ ୨୧ ପେଟ୍ରୋଲ ଦର ୧୦୧ ଟଙ୍କା ୮୧ ପଇସା ଓ ଡିଜେଲ ଦର ୯୧ ଟଙ୍କା ୬୨ ପଇସା ଥିଲା । ସବୁଠାରୁ ବଡ କଥା ହେଉଛି ୟୁକ୍ରେନ ଯୁଦ୍ଧ ଆରମ୍ଭ ବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୧୪୦ ଡଲାର ଥିଲା । ଏବେ ଏହା ପ୍ରାୟ ୧୦୦ ଡଲାରକୁ ହ୍ରାସ ପାଇଛି । ହେଲେ ଭାରତୀୟ ତୈଳ କମ୍ପାନୀ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଜାରି ରଖିଛନ୍ତି । ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଯାହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ପକେଟ ଉପରେ ପଡୁଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା