ଓଡିଶା ଟ୍ରେଣ୍ଟିଂ

ବଢିଲା ବସ୍ ଭଡା…ଭୁବନେଶ୍ୱରରେ ଏବେ ପେଟ୍ରୋଲ୍ ଲିଟର୍ ୧୦୮ ଟଙ୍କା ୬୫ ପଇସାକୁ ବୃଦ୍ଧି

ବର୍ଦ୍ଧିତ ତୈଳ ଦରକୁ ନଜରରେ ରଖି ରାଜ୍ୟରେ ବସ୍ ଭଡ଼ାକୁ ବୃଦ୍ଧି କରାଯାଇଛି । ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ଏତଦ୍ ବ୍ୟତୀତ ଡିଲକ୍ସ ବସ୍ ଭଡା ୧ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି ଓ ଏସି ଡିଲକ୍ସ ଭଡା ୧ ଟଙ୍କା ୫୩ ପଇସାରୁ ୧ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି । ଅନ୍ୟପଟେ ସୁପର ପ୍ରିମିୟମ ଭଡା ୨ ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି ।

ସୂଚନା ଅନୁସାରେ ଗତ କିଛି ଦିନ ହେବ ତୈଳ ଦର ବୃଦ୍ଧି ସାଧାରଣଙ୍କ ଜୀବନ ଜୀବିକା ଉପରେ ଭାରି ପ୍ରଭାବ ପକାଇଛି । ଆଜି ପୁଣି ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୮୦ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ୍ ଦର ଲିଟର୍ ପିଛା ୮୬ ପଇସା ଓ ଡିଜେଲ୍ ଲିଟର୍ ପିଛା ୮୫ ପଇସାକୁ ବୃଦ୍ଧି ପାଇଛି ।

ଭୁବନେଶ୍ୱରରେ ଏବେ ପେଟ୍ରୋଲ୍ ଲିଟର୍ ୧୦୮ ଟଙ୍କା ୬୫ ପଇସା ଥିବାବେଳେ ଡିଜେଲ୍ ଲିଟର୍ ପିଛା ୯୮ ଟଙ୍କା ୪୨ ପଇସାରେ ପହଞ୍ଚିଛି । ଗତ ୧୦ ଦିନରେ ୯ ଥର ବଢ଼ିଲାଣି ତୈଳ ଦର । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି । ଯାହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ପକେଟ୍ ଉପରେ ପଡ଼ିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା