କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଉପହାର, ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଉପହାର ଘୋଷଣା କରିଛନ୍ତି ମୋଦି ସରକାର । ନୂଆ ଆର୍ଥିକ ବର୍ଷ ଆରମ୍ଭ ନ ହେବା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ମୋଦି ସରକାର ।

ଏ ନେଇ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଯାହାର ଲାଭ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୧ ଜାନୁଆରୀ ୨୦୨୨ରୁ ମିଳିବ । ତେବେ ସୂଚନାଯୋଗ୍ୟ ଯେ, ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ବାବଦରେ ୩୧ ପ୍ରତିଶତ ମିଳୁଥିଲା । ଏବେ ଏହାକୁ ୩୪ ପ୍ରତିଶତକୁ ବଢାଇ ଦିଆଯାଇଛି ।