ଦେଶ ବିଦେଶ

ଗୋଆ ମୁଖ୍ୟମନ୍ତ୍ରୀ ଭାବେ କୋଣକଣୀ ଭାଷାରେ ଶପଥ ନେଲେ ପ୍ରମୋଦ ସାୱାନ୍ତ

ଗୋଆର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ କୋଣକଣୀ ଭାଷାରେ ଶପଥ ନେଲେ ପ୍ରମୋଦ ସାୱାନ୍ତ । 48 ବର୍ଷୀୟ ପ୍ରମୋଦଙ୍କ ଉପରେ ପୁଣି ଭରଷା ଦେଖାଇଛି ଭାରତୀୟ ଜନତା ପାର୍ଟି । ଗୋଆର ପାନାଜୀ ସହର ସ୍ଥିତ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଦ ଓ ଗୋପନୀୟତାରେ ଗୋଆର ରାଜ୍ୟପାଳ ପି.ଏସ୍. ଶ୍ରୀଧରନ୍ ପିଲାଇ ମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି ।

ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ଅନେକ ରାଜ୍ୟର ବିଜୟୀ ବିଜେପି ମୁଖ୍ୟମନ୍ତ୍ରୀ ଓ ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କ ସହିତ ବିଜେପି ବିଧାୟକ ବିଶ୍ୱଜିତ ରାଣେ, ମୌଭିନ ଗୋଡିନ୍‌ହୋ, ରବି ନାୟକ, ନୀଲେଶ କ୍ୟାବରାଲ, ସୁଭାଷ ଶିରୋଦକର, ରୋହନ ଖୁଣ୍ଟେ, ଆଟାନାସିଓ ମାନସେରେଟ୍ ଏବଂ ଗୋବିନ୍ଦ ଗୋଡେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

40 ବିଧାନସଭା ବିଶିଷ୍ଟ ଆସନରୁ ବିଜେପି 20ଟିରେ ବିଜୟ ହାସଲ କରିଥିଲା । ପରେ 3 ଜଣ ସ୍ବାଧୀନ ପ୍ରାର୍ଥୀ ଏବଂ ମହାରାଷ୍ଟ୍ରୱାଡି ଗୋମାନଟକ୍ ପାର୍ଟିର 2 ଜଣ ସାମିଲ ହୋଇଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।