ଓଡିଶା

୨୦ ହଜାର ୨୮୬ ଭୋଟ ବ୍ୟବଧାନରେ ବିଜୟ ମୁକୁଟ ପିନ୍ଧିଲେ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ

ବ୍ରହ୍ମପୁର ମହାନଗର ନିଗମରେ ବାଜିଲା ଶଙ୍ଖ । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ । ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦ ହଜାର ୨୮୬ ଭୋଟ ବ୍ୟବଧାନରେ ବିଜୟ ମୁକୁଟ ପିନ୍ଧିଛନ୍ତି । ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥଙ୍କୁ ହରାଇ ମେୟର ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ସଂଘମିତ୍ରା ।

ବିଜୟ ପରେ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ସମସ୍ତ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ଦେଇଛନ୍ତି । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ କିଏ ହାତେଇବ ତାହା ଉପରେ ଥିଲା ସମସ୍ତଙ୍କ ନଜର । ବ୍ରହ୍ମପୁର ମେୟର ପଦ ବିଜେଡି ହାତକୁ ଯାଇଥିବା ବେଳେ ଏବେ ଭୁବନେଶ୍ୱର ଓ କଟକରେ କିଏ ବାଜିମାତ କରୁଛି ତାହା ଉପରେ ସମସ୍ତଙ୍କ ନଜର । ଉଭୟ ଭୁବନେଶ୍ୱର ଓ କଟକରେ ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଓ ସୁବାସ ସିଂ ଆଗୁଆ ଅଛନ୍ତି ।

ସୂଚନାଯୋଗ୍ୟ, ସଂଘମିତ୍ରା ଦଳେଇ ୨୦୦୩ ମସିହାରେ କଂଗ୍ରେସ ଟିକେଟରେ କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୮ରେ ମଧ୍ୟ କଂଗ୍ରେସ ଟିକେଟରେ କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୧ରେ ସଂଘମିତ୍ରା କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ୨୦୧୩ରେ ବିଜେଡି ଟିକେଟରେ ଜିତି ସେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର୍ ଭାବେ ନିର୍ବାଚିତ ହୋଇଥିଲେ ।

୩ ମହାନଗର ନିଗମ ସମେତ ୧୦୫ ପୌର ପରିଷଦ ନିମନ୍ତେ ଆଜି ଭୋଟ ଗଣତି ଚାଲୁ ରହୁଛି । ଅଧିକାଂଶ ସ୍ଥାନରେ ବିଜେଡି ସିଟ୍‌ ହାତେଇ ସାରିଥିବା ବେଳେ ବହୁ ଜାଗାରେ ଆଗରେ ରହିଛି । ପଛରେ ପଡ଼ି ଯାଇଛନ୍ତି ବିଜେପି, କଂଗ୍ରେସ । ପଞ୍ଚାୟତ ନିର୍ବାଚନରେ କ୍ଲିନ୍‌ ସୁଇପ କରିଥିବା ବିଜେଡି ଏଥର ବି ବାଜିମାତ କରିବ ବୋଲି ଆକଳନ କରାଯାଉଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା