ଚାରିଆଡେ ଖାଲି ଶଙ୍ଖ ଶଙ୍ଖ, ୭ ଟି ଜିଲ୍ଲାର ସମସ୍ତ ପୌରାଧ୍ୟକ୍ଷ ପଦକୁ ଅକ୍ତିଆର କରିଛି ବିଜେଡି

୨୦ ଜିଲ୍ଲାର ଗଣତି ଶେଷ ହୋଇଛି । ସେଥିମଧ୍ୟରୁ ୭ ଟି ଜିଲ୍ଲାର ସମସ୍ତ ପୌରାଧ୍ୟକ୍ଷ ପଦକୁ ଅକ୍ତିଆର କରିଛି ବିଜେଡି । ଅନୁଗୁଳ ଜିଲ୍ଲାର ୩ଟି ପୌରାଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଥିବାବେଳେ ବୌଦ୍ଧ ଓ ଦେବଗଡର ଗୋଟିଏ ଲେଖାଏଁ ପୌରାଧ୍ୟକ୍ଷ ପଦରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏହା ସହ ଯାଜପୁରର ସମସ୍ତ ୨ଟି ପୌରାଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଛି । ଅପରପକ୍ଷେ ସୁବର୍ଣ୍ଣପୁରର ୩ଟି ପୌରାଧ୍ୟକ୍ଷ ପଦ ମଧ୍ୟ ବିଜେଡି ହାତେଇଛି । ଏବଂ ପୁରୀର ୩ଟି ପୌରାଧ୍ୟକ୍ଷ ପଦରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।